ପାକିସ୍ତାନୀ ଶିଶୁକୁ ନୂତନ ଜୀବନ ଦେଲେ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ: ରାଜନୈତିକ ସଂପର୍କ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଅଧିକାଂଶ ସମୟ ଉତ୍ତେଜନା ଦେଖାଯାଉଥିବା ବେଳେ ଉଭୟ ଦେଶର ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଛି। ପାକିସ୍ତାନ ଛାଡ଼ି ଭାରତ ଆସୁଥିବା ଲୋକଙ୍କୁ ସମ୍ମାନ ମିଳୁଥିବା ଜଣାପଡୁଛି। ବିଶେଷ ଭାବେ ଚିକିତ୍ସା ପାଇଁ ଭାରତକୁ ଆସୁଥିବା ପାକିସ୍ତାନର ଲୋକଙ୍କୁ ଉପଯୁକ୍ତ ସେବା ଦିଆଯାଉଛି। ପାକିସ୍ତାନରୁ ନିକଟରେ ଆସିଥିବା ଜଣେ ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଭାରତୀୟ ଡାକ୍ତର।

ପାକିସ୍ତାନର ମୂଷା ମଲିକ ଏବେ ଅନ୍ୟ ପିଲାଙ୍କ ଭଳି ହସି ପାରିବ। ଏକ ବର୍ଷର ଶିଶୁର ଓଠ ଓ କପାଳ ଫାଟିବା ଯୋଗୁଁ ମୂଷାକୁ ଇନ୍ଦୋରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାକାର ଡାକ୍ତର ଟିମ୍‌ ବହୁ ଉଦ୍ୟମ କରି ପାକିସ୍ତାନୀ ଶିଶୁର ସଫଳ ଅସ୍ତ୍ରୋପଚାର କରିଛନ୍ତି।

୨ଥର ଅପରେସନ ପରେ ମିଳିଲା ସଫଳତା

ଏହି ଜଟିଳ ଅପରେସନକୁ ସଫଳ ରୂପ ଦେବାରେ ଜୟଦୀପ ସିଂହ ଚୌହାଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ରାଓଲପିଣ୍ଡିର ମୂଷାଙ୍କ ଅପରେସନ ୨ଟି ପର୍ଯ୍ୟାୟରେ ଶେଷ କରାଯାଇଥିଲା। ଏହି ୧ ବର୍ଷିଅ ଶିଶୁର ଅପରେସନ ଗତ ଏପ୍ରିଲରେ କରାଯାଇଥିଲା। ସେହିଭଳି ୨ୟ ଅପରେସନ ତିନି ଦିନ ତଲେ ଶେଷ ହୋଇଛି। ଡାକ୍ତର ଚୌହାଣ କହିଛନ୍ତି, ଭାରତରେ ଏଭଳି ରୋଗ ପ୍ରତି ୮୦୦ରୁ ଜଣେ ଶିଶୁଙ୍କ ପାଖରେ ଦେଖିବାକୁ ମିଳିଥାଏ। ସେ କହିଛନ୍ତି, ପରିବାର ପକ୍ଷରୁ କୌଣସି ଶୁଳ୍କ ନିଆଯାଇ ନାହିଁ। ଅପରେସନରେ ଏକ ଏନ୍‌ଜିଓ ସଂସ୍ଥା ଆର୍ଥିକ ସହାୟତା ଯୋଗାଇଛନ୍ତି।

ସମ୍ବନ୍ଧିତ ଖବର