ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ଶରିଫ୍‌ଙ୍କ ବିରୋଧରେ ଗିରଫଦାରି ପର୍‌ଓ୍ଵାନା ଜାରି କଲା ପାକିସ୍ତାନୀ ଅଦାଲତ

ଇସ୍‌ଲାମାବାଦ୍‌: ଦୁର୍ନୀତି ଅଭିଯୋଗରେ ଅଦାଲତରେ ହାଜର ହେବାରେ ବିଫଳ ହେବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫଙ୍କ ବିରୋଧରେ ଗିରଫଦାରି ପର୍‌ଓ୍ଵାନା ଜାରି କରିଛନ୍ତି ଜଣେ ପାକିସ୍ତାନୀ ବିଚାରପତି।

ଅସୁସ୍ଥ ପତ୍ନୀଙ୍କର ଲଣ୍ଡନ୍‌ରେ ଡାକ୍ତରୀ ଚିକିତ୍ସା କରାଯାଉଥିବାରୁ ତାଙ୍କୁ ଲଣ୍ଡନ୍‌ର ରହିବା ନିମନ୍ତେ ଅଦାଲତରେ ହାଜର ହେବାରୁ ଛାଡ଼ କରାଯାଉ ବୋଲି ଶରିଫ୍‌ଙ୍କ ଓକିଲ କରିଥିବା ଅନୁରୋଧକୁ ମଧ୍ୟ ଗୁରୁବାର ଦିନ ବିଚାରପତି ମହମ୍ମଦ ବସିର୍‌ ଖାରଜ କରି ଦେଇଛନ୍ତି।

ନଭେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ସକାଶ ବିଚାରପତି ଦିନ ଧାର୍ଯ୍ୟ କରିଛନ୍ତି।

ପାକିସ୍ତାନୀ ଆଇନ୍‌ ଅନୁସାରେ, ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜାମିନ ନ ପାଇଲେ ବିଦେଶରୁ ଫେରବାମାତ୍ରେ ସରିଫଙ୍କୁ ଗିରଫ କରାଯିବ।

ବିଦେଶରେ ଧନ ଲୁଚାଇ ରଖିଛନ୍ତି ବୋଲି ତିନୋଟି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶରିଫ୍‌ ଏ ପର୍ଯ୍ୟନ୍ତ ଅଦାଲତର କେତେ ଗୁଡ଼ିଏ ଶୁଣାଣି ଏଡ଼ାଇ ଯାଇଛନ୍ତି।
ଦୁର୍ନୀତି ଅଭିଯୋଗରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ପଦବୀରୁ ଅଯୋଗ୍ୟ ଘୋଷିତ କରିବା ପରେ ୬୭ ବର୍ଷିୟ ଶରିଫ୍‌ ଗତ ଜୁଲାଇ ମାସରେ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର