୨୩ ବର୍ଷ ତଳେ ଛାଡ଼ପତ୍ର ପାଇଥିବା ମାଆଙ୍କୁ ବାହା କରାଉଛି ପୁଅ

ନୂଆଦିଲ୍ଲୀ: ୨୩ ବର୍ଷ ତଳେ ଛାଡ଼ପତ୍ର ପାଇଥିବା ମାଆଙ୍କର ବାହାଘର କରାଉଛନ୍ତି ବୋଲି ଟୁଇଟର୍‌ରେ ଘୋଷଣା କରିବା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇ ଚାଲିଛି ଜଣେ ପାକିସ୍ତାନୀ ଲୋକ। ୟୁଜର୍‌ନେମ୍‌ @GM491 ଭାବେ ଜଣା ସେ ବ୍ୟକ୍ତିଙ୍କ ଉପରେ ଏବେ ଟୁଇଟର୍‌ ଜରିଆରେ ଅଜାଡ଼ି ହୋଇ ପଡୁଛି ସ୍ନେହ ଓ ଶୁଭେଚ୍ଛା।

ଟୁଇଟ୍‌ରେ ସେ ବ୍ୟକ୍ତି ଜଣାଇଛନ୍ତି ଯେ ଏବେ ସେ ପ୍ରାପ୍ତବୟସ୍କ ଏବଂ ତାଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥିବାରୁ ସେ ତାଙ୍କ ମାଆଙ୍କ ପାଇଁ ଏମିତି କରିବାକୁ ଚାହିଁଲେ। ତାଙ୍କ ମାଆଙ୍କୁ ଆଶୀର୍ବାଦ ଦେବାକୁ ମଧ୍ୟ ସେ ଟୁଇଟର୍‌ ବ୍ୟବହାରକାରୀଙ୍କୁ କହିଛନ୍ତି।

ଗତ ୨୩ ବର୍ଷ ହେବ ମୋ ମାଆ ଛାଡ଼ପତ୍ର ପାଇଛନ୍ତି। ମୁଁ ପ୍ରାପ୍ତବୟସ୍କ ଏବଂ ମୋର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥିବାରୁ ଏଇ ଶୁକ୍ରବାର ଦିନ ମୁଁ ତାଙ୍କର ବାହାଘର କରାଉଛି। ଆପଣମାନଙ୍କ ପ୍ରାର୍ଥନା ସମୟରେ ଦୟାକରି ତାଙ୍କୁ ମନେ ପକାଇବେ।

ଏ କଥା ପୋଷ୍ଟ୍‍ ହେବା ପରେ ବହୁ ଟୁଇଟର୍‌ ବ୍ୟବହାରକାରୀ ଉଭୟ ମାଆ ଓ ପୁଅଙ୍କ ପ୍ରତି ଶୁଭେଚ୍ଛା ଜଣାଇବା ସହ ଏ ଭଳି ସୁନ୍ଦର ନିଷ୍ପତ୍ତି ପାଳନ କରିବାକୁ ସହାୟତା କରିବାକୁ କହୁଛନ୍ତି।

ସମ୍ବନ୍ଧିତ ଖବର