ଜମ୍ମୁ-କଶ୍ମୀରରୁ ଗିରଫ ହେଲା ପାକିସ୍ତାନୀ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଗିରଫ କରିଛି। ସୀମାରେ ଉଗ୍ରବାଦକୁ ଉସୁକାଉଥିବା ଏହି ଆତଙ୍କବାଦୀକୁ ସୁରକ୍ଷା ବଳ ଧରିଥିବା ଜାଣିବାକୁ ମିଳିଛି। ଏହି ଆତଙ୍କବାଦୀ ଜଣକ ହେଉଛି ମହମ୍ମଦ ଓ୍ଵାକାର। ମହମ୍ମଦ ୨୦୧୭ ମସିହାରେ ଥରେ ସୀମା ପାର୍‌ କରି ଭାରତ ଭିତରକୁ ପ୍ରବେଶ କରିଥିଲା ବୋଲି ସୂଚନା ରହିଛି।

ଆତଙ୍କବାଦୀ ମହମ୍ମଦ ଓ୍ଵାକାରକୁ ଗିରଫ କରିବା କଥା ବାରମୁଲା ଏସ୍‌ଏସ୍‌ପି ଅବଦୁଲ୍‌ କ୍ୱାୟୁମ୍‌ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି।

ଜାଣିବାକୁ ମିଳିଛି ଯେ ମହମ୍ମଦ ଓ୍ଵାକାର ହେଉଛି ପାକିସ୍ତାନର ପଞ୍ଜାବସ୍ଥିତ ମିନାଓ୍ଵାଲିର ମୋହଲା ମିଆନାର ବାସିନ୍ଦା।

ସେ ୨୦୧୭ ମସିହା ଜୁଲାଇ ମାସରେ ଭାରତ ସୀମା ପାର୍‌ କରି ପଶି ଆଶିଥିଲା। ସେ ଗତ ଏକ ବର୍ଷ ହେବ ଶ୍ରୀନଗରରେ କାମ କରୁଛି।

ଏସ୍‌ଏସ୍‌ପି ଅବଦୁଲ୍‌ କ୍ୱାୟୁମ୍‌ଙ୍କ କହିବା କଥା ହେଉଛି ମହମ୍ମଦ ଓ୍ଵାକାରର ଲକ୍ଷ ବରମୁଲାରେ ଆଉଥରେ ଉଗ୍ରବାଦକୁ ଜୀବିତ କରିବା।

ସମ୍ବନ୍ଧିତ ଖବର