ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ପାକିସ୍ତାନର ପ୍ରଥମ କିନ୍ନର ସମ୍ପ୍ରଦାୟଙ୍କ ପାଇଁ ସ୍କୁଲ୍‌

ଇସ୍‌ଲାମାବାଦ: ସମାଚାର ଉପସ୍ଥାପକ ଭାବେ ଜଣେ କିନ୍ନରଙ୍କୁ ପାଇବା ପରେ ଏବେ ପାକିସ୍ତାନ କିନ୍ନର ସମ୍ପ୍ରଦାୟ ପାଇଁ ସ୍କୁଲ୍‌ଟିଏ ଖୋଲିବାକୁ ବାହାରିଛି।

‘ଡଅନ୍‌’ରେ ପ୍ରକାଶିତ ଖବର ଅନୁସାରେ, ଆସନ୍ତା ଏପ୍ରିଲ୍‌ ୧୫ ତାରିଖରୁ କିନ୍ନର ସମ୍ପ୍ରଦାୟ ପାଇଁ ଏହି ସ୍କୁଲ ଆରମ୍ଭ ହେବାକୁ ଯାଉଛି। ସମାଜର ବିକାଶ ଏବଂ ମୁଖ୍ୟସ୍ରୋତ ମଧ୍ୟକୁ କିନ୍ନର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଆଣିବାରେ ଏହି ସ୍କୁଲ୍‌ ସହାୟକ ହେବ। ‘ଦି ଜେଣ୍ଡର୍‌ ଗାର୍ଡିଆନ୍‌’ ବୋଲି ନାମିତ ଏହି ସ୍କୁଲ୍‌ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଯାଏ ୧୨ ବର୍ଷର ଶିକ୍ଷା ପ୍ରଦାନ କରିବ। ତା’ଛଡ଼ା ଏଥିରେ କଲେଜ ମଧ୍ୟ ରହିଛି। ଏହା ସହ କେତେକ ଟେକ୍‌ନିକାଲ୍‌ କୋର୍ସ ମଧ୍ୟ ଏହା ଶିକ୍ଷା ଦେବ। ହେୟାର୍‌ ଷ୍ଟାଇଲିଙ୍ଗ୍‌, ଫେସନ୍‌ ଡିଜାଇନିଙ୍ଗ୍‌, ମୋବାଇଲ୍‌ ରିପ୍ୟାରିଙ୍ଗ୍‌ ଏବଂ ଗ୍ରାଫିକ୍‌ ଡିଜାଇନିଙ୍ଗ୍‌ ଆଦି ଏଥିରେ ଅନ୍ତର୍ଭୁକ୍ତ।

ସ୍କୁଲ୍‌ର ପ୍ରଥମ ଶାଖା ଖୋଲିବ ଲାହୋରରେ। ଏଥି ପାଇଁ ୪୦ ଜଣ ବିଦ୍ୟାର୍ଥୀ ରେଜିଷ୍ଟ୍ରି କରି ସାରିଛନ୍ତି। ପ୍ରତିଷ୍ଠାତା ଅସିଫ୍‌ ଶାହଜାଦ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଆଉ ଦୁଇଟି ଶାଖା ମଧ୍ୟ ଖୋଲାଯିବ।

ରକ୍ଷଣଶୀଳ ମୁସଲମାନ ସମାଜ ମଧ୍ୟ କିନ୍ନର ସମ୍ପ୍ରଦାୟ ସକାଶ ନିର୍ମିତ ସ୍କୁଲ୍‌ ପାଇଁ ସକାରାତ୍କମ ସମର୍ଥ ଜଣାଇଛି।

ସମ୍ବନ୍ଧିତ ଖବର