ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହାମ୍‌ଲା ପାଇଁ ପାକ୍‌ ଆଇଏସ୍‌ଆଇ ନେପାଳରେ ଖୋଲିଲା କଣ୍ଟ୍ରୋଲ ରୁମ୍‌ !

ନୂଆଦିଲ୍ଲୀ: ଭାରତ- ପାକ୍‌ ସୀମାନ୍ତରେ କାୟା ବିସ୍ତାର କରିଥିବା ପାକ୍‌ ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଜମ୍ମୁ- କଶ୍ମୀରରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ଆତଙ୍କବାଦୀ ହାମ୍‌ଲା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଭାରତୀୟ ସୁରକ୍ଷା ଏଜେନ୍ସି ସଂପ୍ରତି ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପଦ୍ଧତି ଆପଣାଇ ଥିବାରୁ ଏହା ଏବେ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ପରିସ୍ଥିତିରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଏସ୍‌ ନେପାଳରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ସେଠାରୁ ଅର୍ଥ ସଂଗ୍ରହ ସହ ପାକ୍‌ ଆତଙ୍କବାଦୀ ସଂଗଠନଗୁଡ଼ିକ ଜରିଆରେ ଜମ୍ମୁ- କଶ୍ମୀରରେ ବିଭିନ୍ନ ପ୍ରକାରର ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତତ କରୁଥିବା ଜାଣିବାକୁ ମିଳିଛି।

News Minute

ଏସଂପର୍କରେ ଭାରତୀୟ ଗୁଇନ୍ଦା ବିଭାଗ ସବିଶେଷ ତଥ୍ୟ ହାସଲ କଲାପରେ ଏସଂପର୍କରେ ଏକ ବିସ୍ତତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ନେପାଳରେ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମ୍‌ରେ କିଛି ଆଇଏସ୍‌ଆଇ ଅଧିକାରୀ ଉପସ୍ଥିତ ରହିବା ସହ ଭାରତରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ କରୁଛନ୍ତି। ଏବଂ ଆତଙ୍କବାଦୀ ହାମ୍‌ଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଯୋଜନା ପ୍ରସ୍ତୁତ ହୋଇଗଲା ପରେ ସେମାନେ ପାକିସ୍ତାନର ବଛାବଛା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ, ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଓ ଲସ୍କର-ଇ- ତୋଏବାର କମାଣ୍ଡରମାନଙ୍କୁ ନେପାଳ ଡକାଇ ନେଇ ସେମାନଙ୍କୁ ଅର୍ଥ ସହ ଆତଙ୍କବାଦୀ ହାମ୍‌ଲାର ବ୍ଲୁ- ପ୍ରିଣ୍ଟ ପ୍ରଦାନ କରି ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।

News Minute

 

ତେବେ, କେନ୍ଦ୍ର ସରକାର ଗୁଇନ୍ଦା ବିଭାଗ ଠାରୁ ଏହି ରିପୋର୍ଟ ପାଇବା ପରେ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର