ନେହେରୁଙ୍କ ଦନ୍ତ ଚିକିତ୍ସକ ଥିଲେ ପାକିସ୍ତାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ବାପା

ଇସ୍ଲାମାବାଦ: ପାକିସ୍ତାନର ନିବ ନିର୍ବାଚିତ ରାଷ୍ଟ୍ରପତି ଡା. ଆରିଫ ଆଲଭି ଭାରତ ସହିତ ତାଙ୍କ ପାରିବାରିକ ସମ୍ପର୍କ ନେଇ ଏକ ବଡ଼ ରୋଚକ ଘଟଣାର ଅବତାରଣା କରିଛନ୍ତି। ପାକିସ୍ତାନ ତେହେରିକ ଇ ଇନ୍‌ସାଫ ପାର୍ଟିର େଓ୍ଵବସାଇଟ୍‌ରେ ରାଷ୍ଟ୍ରପତି (ନିର୍ବାଚିତ) ଡା. ଆରିଫ ଆଲ୍‌ଭିଙ୍କ କ୍ଷୁଦ୍ର ଜୀବନୀ ସମ୍ପର୍କରେ ଉଲ୍ଲେଖ ରହିଛି ଯେ ଡା. ଆରିଫ ଆଲଭିଙ୍କ ବାପା ଡା. ହବିବ୍‌ ଉର ରହେମାନ ଇହ୍ଲାଇ ଆଲଭି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଦନ୍ତ ଚିକିତ୍ସକ ଥିଲେ । ଗତ ମଙ୍ଗଳବାର ଦିନ ପାକିସ୍ତାନର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡା. ଆରିଫ ଆଲଭି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁର ଜଣେ ଅତି ଘନିଷ୍ଟ ସହଯୋଗୀଏବଂ ପାକିସ୍ତାନ ତେହେରିକ ଇ ଇନସାଫ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ। ୬୯ ବର୍ଷିୟ ଡା. ଆରିଫ ଆଲଭି ରାଷ୍ଟ୍ରପତି ନିର୍ବାଚନରେ ପିପିପି ପ୍ରାର୍ଥୀ ଏ ଏହେସାନ ଓ ପାକିସ୍ତାନ ମୁସଲିମ ଲିଗ୍‌ ପ୍ରାର୍ଥୀ ମୌଳାନା ଫଜଲ ଉର ରହମାନଙ୍କୁ ପରାସ୍ତ କରି ଦେଶର ୧୩ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

ତେବେ ଡା. ଆରିଫ ଆଲଭିଙ୍କ ବାପା ଡା. ହବିବ୍‌ ଉର ରହେମାନ ଇହ୍ଲାଇ ଆଲଭି ଯେ କେବଳ ନେହେରୁଙ୍କ ଦନ୍ତ ଚିକିତ୍ସକ ଥିବାରୁ ତାଙ୍କ ପରିବାରର ଭାରତ ସହିତ ସମ୍ପର୍କ ରହିଛି ତାହା ନୁହେଁ, ତାଙ୍କ ପରିବାର ଭାରତ-ପାକିସ୍ଥାନ ବିଭାଜନ ସମୟରେ ହିଁ ଭାରତରୁ ପାକିସ୍ତାନକୁ ଚାଲି ଯାଇଥିଲେ। ଡା. ଆରିଫ ଆଲଭି ଯାହାଙ୍କର ପ୍ରକୃୃତ ନାମ ଡ଼ା. ଆରିଫ ଉର ରହେମାନ ଆଲଭି ଭାରତ ପାକିସ୍ତାନ ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନ ଯିବା ପରେ ୧୯୪୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ପାକିସ୍ତାନ ଯିବା ପୂର୍ବରୁ ଦିଲ୍ଲୀରେ ଦନ୍ତ ଚିକିତ୍ସକ ଥିଲେ। ପରେ ତାଙ୍କ ପୁଅ ହିସାବରେ ସେହି ପେଷାକୁ ଭଲପାଇ ଗ୍ରହଣ କରିଥିଲେ ଡା. ଆରିଫ ଆଲଭି। ପ୍ରାୟ ୫ ଦଶନ୍ଧି ତଳେ ଜଣେ ଛାତ୍ରନେତା ଭାବେ ଡା. ଆରିଫ ଆଲଭି ନିଜ ରାଜନୈତିକ ଜୀବନ ଆରମ୍ଭ କରିବା ସହିତ ଆୟୁବ ଖାଁଙ୍କ ସାମରିକ ଶାସନକୁ ବିରୋଧ କରିଥିଲେ। ଏପରିକି ଏକ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ବେଳେ ତାଙ୍କ ଦେହରେ ଗୁଳି ମଧ୍ୟ ବାଜିଥିଲା।ତେବେ ଡା. ଆରିଫ ଆଲଭି ୧୯୯୬ ମସିହରେ ପିଟିଆ ଦଳରେ ସାମିଲ ହେବା ସହିତ ଦଳର ସମ୍ବିଧାନ ମଧ୍ୟ ଲେଖିଥିଲେ। ୨୦୧୩ ଓ ୨୦୧୮ ସାଧାରଣ ନିର୍ବର୍ାଚନରେ ସେ ପାକିସ୍ତାନ ଜାତୀୟ ଆସେମ୍ଲିକୁ ନିର୍ବାଚିତ ହୋଇ ନିଜ ରାଜନୈତିକ ଦକ୍ଷତା ପ୍ରତିପାଦତ କରିଛନ୍ତି।

ସମ୍ବନ୍ଧିତ ଖବର