ଭାରତର ବିରୋଧ ପରେ ପାକ୍‌ରେ ଅବସ୍ଥାପିତ ରାଜଦୂତଙ୍କୁ ପ୍ରତ୍ୟାହାର କଲା ପାଲେଷ୍ଟାଇନ

ନୂଆଦିଲ୍ଲୀ: ଭାରତର ତୀବ୍ର ବିରୋଧ ପରେ ପାଲେଷ୍ଟାଇନ ସରକାର ପାକିସ୍ତାନରେ ଅବସ୍ଥାପିତ ରାଷ୍ଟ୍ରଦୂତ ଓ୍ଵାଲିଦ ଅବୁ ଅଲିଙ୍କୁ ପ୍ରତ୍ୟାହାର କରିନେଇଛନ୍ତି । ଗତକାଲି ସେ ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ୍‌ ସହ ଏକ ର‍୍ୟାଲିରେ ଯୋଗ ଦେବା ଖବର ଆସିବା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାଲେଷ୍ଟାଇନ ରାଜଦୂତଙ୍କୁ ଡକାଇ ଭାରତ ତୀବ୍ର ଅସନ୍ତୋଷ ଜାହିର କରିଥିଲା ।

ଭାରତ ସବୁବେଳେ ପାଲେଷ୍ଟାଇନ ଜନସାଧାରଣଙ୍କୁ ସମର୍ଥନ କରିଆସୁଥିବାବେଳେ ପାଲେଷ୍ଟାଇନ କେବେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିନାହିଁ । ସମର୍ଥନ କରିବା ଦୂରେ ଥାଉ ଏହି ଦେଶ ସବୁବେଳେ ପାକିସ୍ତାନକୁ ସମର୍ଥନ କରିଆସିଛି । ଅନ୍ୟପକ୍ଷରେ ଭାରତର ଭୋଟ ପାଇନଥିବା ସତ୍ତ୍ୱେ ଇସ୍ରାଏଲ ସବୁବେଳେ ଭାରତ ପଛରେ ଛଡ଼ା ହୋଇଆସିଛି ।

କିଛିଦିନ ତଳେ ବିପଦର ବନ୍ଧୁ ଇସ୍ରାଏଲ ବିରୁଦ୍ଧରେ ଯାଇ ଜାତିସଂଘରେ ପାଲେଷ୍ଟାଇନ ସପକ୍ଷରେ ଭୋଟ ଦେଇଥିଲା ଭାରତ । କିନ୍ତୁ ଦିନ କେତେଟା ଯାଇନି ପାଲେଷ୍ଟାଇନ ନିଜର ପ୍ରକୃତ ରୂପ ଦେଖାଇଛି । ଭାରତର ଶତ୍ରୁ ତଥା ଗ୍ଲୋବାଲ ଆତଙ୍କାବାଦୀ ହାଫିଜ୍‌ ସଇଦ ସହ ଗୋଟିଏ ମଞ୍ଚରେ ଦେଖାଦେଇଥିଲେ ପାଲେଷ୍ଟାଇନର ରାଷ୍ଟ୍ରଦୂତ । କହିବା ବାହୁଲ୍ୟ ଯେ ଉକ୍ତ ମଞ୍ଚରେ ଭାରତ ବିରୋଧରେ ବିଷ ଉଗାଳିଥିଲା ସଇଦ୍‌ ।
ଭାରତ ସବୁବେଳେ ପାଲେଷ୍ଟାଇନ ଜନସାଧାରଣଙ୍କୁ ସମର୍ଥନ କରିଆସୁଥିବାବେଳେ ପାଲେଷ୍ଟାଇନ କେବେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିନାହିଁ । ସମର୍ଥନ କରିବା ଦୂରେ ଥାଉ ଏହି ଦେଶ ସବୁବେଳେ ପାକିସ୍ତାନକୁ ସମର୍ଥନ କରିଆସିଛି ।

ଅନ୍ୟପକ୍ଷରେ ଭାରତର ଭୋଟ ପାଇନଥିବା ସତ୍ତ୍ୱେ ଇସ୍ରାଏଲ ସବୁବେଳେ ଭାରତ ପଛରେ ଛଡ଼ା ହୋଇଆସିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ୧୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଭାରତ ସହ ସବୁବେଳେ ଛିଡା ହେବା ହେବାକୁ ସେ ନିଜର ଅଙ୍ଗୀକାର ଦୋହରାଇଛନ୍ତି ।

ସମ୍ବନ୍ଧିତ ଖବର