ମହାସୁନାମୀ ମଧ୍ୟରେ ବି ନିଜର କର୍ତ୍ତବ୍ୟକୁ ଭୁଲିନଥିଲେ ଏହି ଯୁବକ, ପ୍ରାଣ ଦେଇ କର୍ତ୍ତବ୍ୟ କଲେ

ଜାକାର୍ତ୍ତା : ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ପ୍ରାୟ ୪୦୦ ଲୋକ ମୃତ୍ୟୁବରଣ କରିଛନ୍ତି । ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଧୀରେ ଧୀରେ ଏହି ସୁନାମୀର କରାଳ ରୂପ ସାମନାକୁ ଆସୁଛି । କୁଢକୁଢ ଶବ ପାଣିରେ ଭାସୁଛି । ପାଲୁ ସହରଟି ଏପର୍ଯ୍ୟନ୍ତ ଜଳବନ୍ଦୀ ହୋଇ ରହିଛି । କିନ୍ତୁ ଏହା ମଧ୍ୟରେ କେତେକ ସାହସ ଓ କର୍ତ୍ତବ୍ୟନିଷ୍ଠାର ଖବର ମଧ୍ୟ ଆସୁଛି । ଇଣ୍ଡୋନେସିଆର କେନ୍ଦ୍ରୀୟ ସୁନାେଓ୍ଵସୀ ରାଜ୍ୟର ରାଜଧାନୀ ପାଲୁ ସହରର ଏୟାରପୋର୍ଟରେ କାର୍ଯ୍ୟରତ ଅନ୍ଥୋନିଓ ଅଗଙ୍ଗ ଅସୀମ ସାହସ ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇ ନିହତ ହୋଇଛନ୍ତି । ସେ ଏୟାରଟ୍ରାଫିକ କଣ୍ଟ୍ରୋଲର ଭାବେ କାର୍ଯ୍ୟକରୁଥିଲେ । ଭୂମିକମ୍ପ ଆସିବା ବେଳେ ଉକ୍ତ ଏୟାରପୋର୍ଟରେ ଏକ ବିମାନ ଉଡାଣ ଆରମ୍ଭ କରୁଥିଲା । ଏହି ସମୟରେ ଏୟାରଟ୍ରାଫିକ ଟାଓ୍ଵାରଟି ଥରିବାକୁ ଆରମ୍ଭ କଲା । ଅନ୍ୟମାନେ ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ । କିନ୍ତୁ ସେ ବିମାନଟି ଉଠିବା ପର୍ଯ୍ୟନ୍ତ ସେଠାରେ ରହିଲେ । ବିମାନଟି ଉଠିବା ପରେ ଆଉ ସମୟ ନଥିଲା । ସେ ପ୍ରାଣ ବିକଳରେ ଉପରୁ ଡେଇଁ ପଡିଲେ, କିନ୍ତୁ ବଞ୍ଚିପାରିଲେ ନାହିଁ ।

ସମ୍ବନ୍ଧିତ ଖବର