ମାର୍ଚ୍ଚ ୩୧ ସୁଦ୍ଧା ନିଜ ଗାଡ଼ିରେ ଲଗାଇ ନିଅନ୍ତୁ ଏହି ବଟନ୍‌, ନଚେତ୍‌ ସିଜ୍‌ ହୋଇପାରେ ଆପଣଙ୍କ ଗାଡ଼ି

ନୂଆଦିଲ୍ଲୀ : ସାଧାରଣ ପରିବହନ ବ୍ୟବସ୍ଥାରେ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ଯାତ୍ରୀବାହୀ ଗାଡ଼ିରେ ପାନିକ୍‌ ବଟନ୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନେଇ ଦିଲ୍ଲୀ ସରକାର ନୂଆ ଆଦେଶ ଜାରି କରିଛନ୍ତି । ଏହି ଆଦେଶ ଅନୁଯାୟୀ, ଯେଉଁ ଯାତ୍ରୀବାହୀ ଗାଡ଼ିରେ ୨୦୧୯ ଅପ୍ରେଲ ୧ ଠାରୁ ପାନିକ୍‌ ବଟନ୍‌ ନ ଥିବ ସେହି ଗାଡ଼ିଗୁଡ଼ିକୁ ଫିଟ୍‌ନେସ୍‌ ପ୍ରମାଣପତ୍ର ଦିଆଯିବ ନାହିଁ । ଏହି ନିୟମ ନୂଆ ଗାଡ଼ି ପାଇଁ ଜାନୁଆରି ୧,୨୦୧୯ରୁ ଲାଗୁ ହୋଇ ସାରିଥିବା ବେଳେ ପୁରୁଣା ଗାଡ଼ି ପାଇଁ ୨୦୧୯ ଅପ୍ରେଲ ୧ ତାରିଖ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସବୁ ଗାଡ଼ିରେ ପାନିକ୍‌ ବଟନ୍‌ ଲଗାଇବା ପାଇଁ କହିଛନ୍ତି ଦିଲ୍ଲୀ ସରକାର ।

bhaskar.com

ସୂଚନା ମୁତାବକ, ଦିଲ୍ଲୀରେ ଏବେ ସୁଦ୍ଧା ୧ଲକ୍ଷ ୧୦ହଜାର ଯାତ୍ରୀବାହୀ ଗାଡ଼ି ରହିଛି । ଏ ମଧ୍ୟରେ ଟ୍ୟାକ୍ସି, ସ୍କୁଲ ବସ୍‌ ଏବଂ ବିଭିନ୍ନ କମ୍ପାନୀର କ୍ୟାବ୍‌ ରହିଛି । ଗତ ବର୍ଷ ସରକାର ପାନିକ୍‌ ବଟନ୍‌ ଲଗାଇବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଏହି ଆଦେଶ ସଂପୂର୍ଣ୍ଣ ଭାବରେ ପୂରା ହୋଇ ପାରି ନ ଥିଲା । ଏବେ ଏକ ବର୍ଷର ବ୍ୟବଧାନରେ ସରକାର ଦ୍ୱିତୀୟ ଥର ଏଭଳି ଆଦେଶ ଦେଇଛନ୍ତି । ଏଥର କେହି ଆଦେଶ ନ ମାନିଲେ ଗାଡ଼ିକୁ ସିଜ୍‌ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର