ଆଇସିୟୁରେ ଆଉ ଗୋଟିଏ ସପ୍ତାହ ରହିବେ ପପୁ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଓଲିଉଡ୍‌ ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଆଇସିୟୁରେ ରହିବେ ବୋଲି ପରିବାର ସଦସ୍ୟଙ୍କ ସୂତ୍ରରୁ ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ପପୁଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷାମୂଳକ ଭାବେ ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ପରେ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ପପୁଙ୍କ ଅଗ୍ନାଶୟ ସଂକ୍ରମଣ ଓ ଗ୍ୟାସ୍‌ ସମସ୍ୟାରେ ସେଭଳି ଆଶାନୁରୂପକ ପ୍ରଗତି ହୋଇପାରିନଥିବା ସୁତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ପପୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ଓ ଗୁଜବ ପ୍ରଚାର ହେଉଥିବାରୁ ଏହାକୁ ବିଶ୍ୱାସ ନ କରିବାପାଇଁ ପପୁଙ୍କ ପରିବାର ବର୍ଗ ଓ ସହଯୋଗୀମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର