ପପୁଆ ନ୍ୟୁଗିନିରେ ୬.୭ ତୀବ୍ରତାର ଭୂକମ୍ପ,୧୮ ମୃତ

ପୋର୍ଟ ମୋର୍ସବି: ପପୁଆ ନ୍ୟୁଗିନିରେ ଆଜି ହୋଇଥିବା ୬.୭ ତୀବ୍ରତାର ଭୂମିକମ୍ପରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶତାଧିକ କୋଠା ଭୁଶୁଡ଼ି ଯାଇଥିବା ବେଳେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ଅଂଚଳରେ ରାସ୍ତାଘାଟ ମଧ୍ୟ ବନ୍ଦ ହୋଇଯାଇଛି। ରାଜଧାନୀ ପୋର୍ଟ ମୋର୍ସବିର ଉତ୍ତର-ପଶ୍ଚିମାଞ୍ଚଳରେ ୩୫୦ ମାଇଲ ଦୂରତାରେ ଏହି ଭୂମିକମ୍ପର କେନ୍ଦ୍ର ଥିବା ଜଣାପଡ଼ିଛି। ଭୂମିକମ୍ପ କାରଣରୁ ଦେଢ଼ ଲକ୍ଷ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଯାଇଛି। ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପ୍ରଶମନ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଭୂମିକମ୍ପ ପୀଡ଼ିତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର