ବିମାନ ଉଡାଣକୁ ଅନୁମତି

ମୁମ୍ବାଇ/ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଆକାଶମାର୍ଗ ଦେଇ ଆମେରିକା ଯାଉଥିବା ବିମାନ ଉଡାଣକୁ ଅନୁମତି ଦେଇଛି ପାକିସ୍ତାନ ା ପି୫୧୮ ନାମକ ବିମାନ ଗୁରୁବାର ଉଡାଣ ଭରିଥିବା ବେଳେ ଅନ୍ୟ ୧୦ରୁଟରେ ଉଡାଣ ଏଯାବତ ବନ୍ଦ ରହିଛି ା ପ୍ରକାଶ ଥାଉକି ଭାରତର ବାଲାକୋଟ ଆକ୍ରମଣ ପରେ ଫେବୃଆରୀ ୨୭ରେ ଆକାଶମାର୍ଗ ବନ୍ଦ କରିଦେଇଥଲା ପାକିସ୍ତାନ। ଫଳରେ ଭାରତରୁ ଦକ୍ଷିଣଏସିଆ ଏବଂ ପଶ୍ଚିମ ଦେଶଗୁଡ଼ିକୁ ଯାଉଥିବା ବିମାନ ପାକିସ୍ତାନ ଦେଇ ଯିବା ବନ୍ଦ ହୋଇଯାଇଥିଲା। ଏଥି ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ୪୦ ପ୍ରତିଶତ ଅଧିକ ବିମାନକୁ ନିୟନ୍ତ୍ରଣ କରିବାକୁ ପଡିଥିଲା ା ଏୟାର୍‌ ଇଣ୍ଡିଆ ଏବଂ ତୁର୍କୀସ୍‌ ଏୟାରୱେଜ୍ ସମୟ ଓ ଇନ୍ଧନ ବଞ୍ଚାଇବାକୁ ପାକିସ୍ତାନ ଆକାଶପଥକୁ ବ୍ୟବହାର କରିଥାନ୍ତି। ପାକିସ୍ତାନ ଆକାଶପଥ ଦେଇ ଗୁରୁବାର ରାତିରେ ଦିଲ୍ଲୀ ଠାରୁ ଲଣ୍ଡନ, ୱାସିଂଟନ, ନ୍ୟୁୟର୍କ ଏବଂ ଚିକାଗୋ ଯାଉଥିବା ବିମାନ ଉଡାଣ ଭରିଥିବା ଏୟାର ଇଣ୍ଡିଆ ଅଧିକାରୀ ସୂଚନା ଦେଇଛନ୍ତି ା

ସମ୍ବନ୍ଧିତ ଖବର