କରଓ୍ଵାଚୌଥ୍‌ ପାଇଁ ୮ମାସର ଶିଶୁକୁ ଗାଡ଼ି ଭିତରେ ବନ୍ଦ କରି ମେହେନ୍ଦି ଲଗାଇବାକୁ ଗଲା ମା’, ତା’ ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : ନୋଏଡ଼ାରେ ଦମ୍ପତିଙ୍କ ଦାୟିତ୍ୱହୀନତା ହେତୁ ତାଙ୍କ ୮ମାସର ଶିଶୁ ମୃତ୍ୟୁ ମୁଖରେ ପହଞ୍ଚି ଯାଇଥିଲେ । ମାତା-ପିତା ନିଜ ୮ମାସର ଶିଶୁକୁ ଗାଡ଼ିରେ ବନ୍ଦ କରି ନିଜ ନିଜ କାମରେ ଚାଲିଯିବା ପରେ ଯାହା ଘଟିଥିଲା ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଛି ।

ସୂଚନା ମୁତାବକ, କରଓ୍ଵାଚୌଥ୍‌ ଥିବାରୁ ନିଜ ୮ମାସର ଶିଶୁକୁ କାର୍‌ର ଆଗ ସିଟ୍‌ ବସାଇ ଖେଳିବା ପାଇଁ ଏକ ଚାବି ରିଙ୍ଗ ଦେଇ ଉଭୟ ମାତା-ପିତା ନିଜ ନିଜ କାମରେ ବହାରି ଯାଇଥିଲେ । ମା’ ମେହେନ୍ଦି ଲଗାଇବା ପାଇଁ ଯାଇଥିବା ବେଳେ ବାପା ବଜାରରୁ ଜିନିଷ କିଣିବା ପାଇଁ ଚାଲି ଯାଇଥିଲେ । ଫେରିବାକୁ ବିଳମ୍ବ ହେବାରୁ ଶିଶୁଟି ଭିତରେ ଅଧିକ ସମୟ ରହି ଅଣନିଶ୍ୱାସ ହାଇ ଯାଇଥିଲା । ଯାହା ପାଇଁ ସେ ଜୋରରେ କାନ୍ଦିବା ସହ କାର୍‌ର କାଚକୁ ହାତରେ ବାଡ଼େଇବାକୁ ଲାଗିଥିଲା ।

oneindia.com

ରାସ୍ତାରେ ଯାଉଥିବା ଲୋକେ ଏହି ଦୃଶ୍ୟ ଦେଖି କିଛି ଦୂରରେ ଠିଆ ହୋଇଥିବା ଜଣେ ପୁଲିସକର୍ମୀଙ୍କୁ ଡ଼ାକିଥିଲେ । ଯାହା ପରେ ପୁଲିସକର୍ମୀଜଣଙ୍କ ଆସି କାର୍‌ର ପଛ ସିଟ୍‌ର କାଚ ଭାଙ୍ଗି ଶିଶୁଟିକୁ ବାହାରକୁ ଆଣିଥିଲେ । ବାହାରକୁ ଆସିବା ବେଳେ ଶିଶୁଟି ଅଚେତ୍‌ ହେବା ଅବସ୍ଥା ପର୍ଯ୍ୟନ୍ତ ଚାଲି ଯାଇଥିଲା । କିଛି ସମୟ ବାହାରର ପବନ ବାଜିବା ପରେ ଶିଶୁଟି ଠିକ୍‌ ହୋଇଥିଲା । ଏହି ସମୟରେ ଶିଶୁର ମାତା-ପିତା ଆସିବା ପରେ ଆଗକୁ ଏପରି ନ କରିବାର ଉପଦେଶ ଦେଇ ଛାଡ଼ିଥିଲେ ପୁଲିସକର୍ମୀ ।

ସମ୍ବନ୍ଧିତ ଖବର