ଆଉ ଥରେ ନିର୍ବାଚନ ଲଢିବାକୁ ଚାହୁଁନାହାଁନ୍ତି ବଲିଉଡ ଅଭିନେତା ତଥା ଭାଜପା ସାଂସଦ ପରେଶ ରାଓ୍ଵଲ

0

ଅହମ୍ମଦାବାଦ:ବଲିଉଡର ବରିଷ୍ଠ ଅଭିନେତା ତଥା ଭାଜପା ସାଂସଦ ପରେଶ ରାଓ୍ଵଲ ପୁଣି ଥରେ ନିର୍ବାଚନ ଲଢିବାକୁ ଚାହୁଁନାହାଁନ୍ତି। ୨୦୧୪ରେ ପରେଶ ରାଓ୍ଵଲ ଅହମ୍ମଦାବାଦ ପୂର୍ବ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ହେଲେ ଦ୍ୱିତୀୟ ଥର ଲାଗି ଲୋକସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ନୁହଁନ୍ତି ପରେଶ ରାଓ୍ଵଲ। ଏ ସଂପର୍କରେ ସେ ଦଳର ହାଇକମାଣ୍ଡକୁ ମଧ୍ୟ ଜଣାଇ ଦେଇଥିବା କୁହାଯାଉଛି।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବାଚନରେ ପରେଶ ରାଓ୍ଵଲ୍‌ କଂଗ୍ରେସ ପ୍ରାର୍ଥୀ ହିମ୍ମତ ସିଂହ ପଟେଲଙ୍କୁ ୩ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ। ପରେଶଙ୍କ ଅନିଚ୍ଛା ପରେ ସେହି ଆସନରୁ ନିର୍ବାଚନ ଲଢିବା ଲାଗି କେତେକ ବ୍ୟକ୍ତି ନିଜ ପାଇଁ ଲବି ଆରମ୍ଭ କରିଛନ୍ତି।

ସେମାନଙ୍କ ଭିତରେ ଅଛନ୍ତି ସିନେ କଳାକାର ମନୋଜ ଯୋଶୀ, ଭାଜପାର ମୁଖପାତ୍ର ଭାରତ ପାଣ୍ଡ୍ୟା, ପୂର୍ବତନ ବିଧାୟକ ଭୂଷଣ ଭଟ୍ଟ, ପୂର୍ବତନ ମନ୍ତ୍ରୀ ନିର୍ମଳା ବାଧବାନୀ, ପୂର୍ବତନ ବିଧାୟକ ଜଗରୁ ସିଂହ ରାଜପୁତ, ଅହମ୍ମଦାବାଦ ସହର ଭାଜପା ସଭାପତି ଜଗଦୀଶ ପାଞ୍ଚାଲ୍‌ ଓ ବରିଷ୍ଠ ନେତା ମହେଶ ବସଓ୍ଵାଲା ପ୍ରମୁଖ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.