‘ପରୀକ୍ଷା ପେ ଚର୍ଚ୍ଚା’ ୨୦ରେ : ଛାତ୍ରଛାତ୍ରୀ, ଅଭିଭାବକଙ୍କଠାରୁ ପରାମର୍ଶ ମାଗିଲେ ସରକାର

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ ଅଛି। ‘ପରୀକ୍ଷା ପେ ଚର୍ଚ୍ଚା’‌ରେ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂତ୍ର ଦେବେ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କଠାରୁ ପରାମର୍ଶ ମଗାଯାଇଛି। ଏହି କାର୍ଯ୍ୟକ୍ରମ ଜାନୁଆରି ୧୬ରେ ‌ହେବାର ଥିଲା କିନ୍ତୁ ପରେ ସମୟ ବଦଳାଇ ଜାନୁଆରି ୨୦ରେ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଜନିତ ଚାପ କମାଇବାପାଇଁ ଉଦ୍ଦି‌ଷ୍ଟ ।

ସମ୍ବନ୍ଧିତ ଖବର