ନୂଆଦିଲ୍ଲୀ:: ସଂସଦ ଆକ୍ରମଣର୧୬ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦୦୧ ଡିସେମ୍ବର ୧୩ରେ ସଂସଦ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଏହି ଆକ୍ରମଣକୁ ସୁରକ୍ଷାକର୍ମୀମାନେ ଅସଫଳ କରି ଦେଇଥିଲେ। ଏହି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୮ଜଣ ଯବାନ ସହିଦ ହୋଇଥିଲେ। ୫ଜଣ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ନିହତ କରିଥିଲେ। ସହିଦ ଯବାନଙ୍କ ମଧ୍ୟରେ ଦିଲ୍ଲୀ ପୁଲିସର ୫ଜଣ ଯବାନ ଓ ସିଆରପିଏଫର ଜଣେ ମହିଳା ଅଧିକାରୀ, ସଂସଦର ଦୁଇଜଣ କର୍ମଚାରୀଙ୍କ ସହିତ ଜଣେ ମାଳି ମଧ୍ୟ ସହିଦ ହୋଇଥିଲେ।
ବୁଧବାର ଏକ ବିଶେଷ କାର୍ଯ୍ୟକ୍ରମରେ ଆୟୋଜିତ ସମାରୋହରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହ ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନିଙ୍କ ସମେତ ସରକାରୀ ଓ ବିରୋଧିଦଳର ନେତା ବି ଭାରତୀୟ ଯବାନଙ୍କ ସାହାସିକତାକୁ ସମ୍ମାନ ଦେବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଲସ୍କର-ଏ- ତଇବା ଓ ଜୈସ-ଏ-ମହମ୍ମଦର ଆତଙ୍କବାଦୀ ସଂସଦ ଉପରେ ଆକ୍ରମଣ କରି ସାଂସଦକୁ ବନ୍ଧକ ବନାଇବା ପାଇଁ ଯୋଜନା କରିଥିଲେ। ଭାରତୀୟ ଯବାନ ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରି ଦେଇଥିଲେ। ଯେଉଁ ସମୟରେ ଆତଙ୍କବାଦୀ ସଂସଦ ଉପରେ ଆକ୍ରମଣ କରିଥିଲେ ସେତେବେଳେ ଶୀତକାଳୀନ ଅଧିକବେଶନ ଚାଲିଥିଲା। ପାଖାପାଖି ୧୦୦ଜଣ ସାଂସଦ ସଂସଦ ଭବନରେ ଉପସ୍ଥିତ ଥିଲେ। ଏହି ଆତଙ୍କବାଦୀ ଆକ୍ରମଣର ମାଷ୍ଟଣମାଇଣ୍ଡ ଥିବା ଅଫଜଲ ଗୁରୁକୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ଅଫଜଲ୍କୁ ୨୦୧୩ ଫେବ୍ରୁଆରି ୯ରେ ଦିଲ୍ଲୀସ୍ଥିତ ତିହାଡର ଜେଲରେ ଫାଶୀ ଦିଆଯାଇଥିଲା।