ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦରେ ଲାଗି ରହିଥିବା ଅଚଳାବସ୍ଥା ଆଜି ମଧ୍ୟ ଜାରି ରହିଛି । ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ଆଜି ମଧ୍ୟ ଛାଇ ରହିଥିବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଙ୍ଗାମା ଯୋଗୁଁ କୌଣସି କାମ ହୋଇପାରୁନାହିଁ। ବିରୋଧୀ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ବାରମ୍ବାର ହଙ୍ଗାମା କରୁଥିବାରୁ ଗୃହ କାର୍ଯ୍ୟ ଚଳାଇବା ମୁସ୍କିଲ ହୋଇପଡ଼ିଛି। ଆଜି ରାଜ୍ୟସଭାରେ ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ତାଙ୍କ ଉଦ୍ବେଗ ପ୍ରକାଶ କରି କହିଥିଲେ ଯେ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବା ଆବଶ୍ୟକ। ସଂସଦର ନୀତି ନିୟମକୁ ଉଲ୍ଲଂଘନ କରି ଯେନତେନ ପ୍ରକାରେ ଗୃହକାର୍ଯ୍ୟ ଅଚଳ କରିବା ପାଇଁ ଉଦ୍ୟମ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଏକ ର୍ୟାଲିରେ କହିଥିଲେ ଯେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗୁଜରାଟ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ପାକ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଥିବା ବେଳେ ସଂସଦର ଶୀତ ଅଧିବେଶନ ଆରମ୍ଭ ଦିନରୁ ହିଁ ଏହି ପ୍ରସଙ୍ଗକୁ ବିରୋଧୀ ଦଳ ଏକମାତ୍ର ପ୍ରସଙ୍ଗ କରି ଗୃହକୁ ଅଚଳ ରଖିବାକୁ ସବୁ ଉଦ୍ୟମ କରୁଛନ୍ତି। ତେବେ ଏ ବାବଦ ଅଚଳାବସ୍ଥା ଦୂର କରିବା ପାଇଁଁ ଏବେ ସରକାର ଅର୍ଥମନ୍ତ୍ରୀ ଅରୁଣ ଜେଟ୍୍ଲିଙ୍କୁ ଦାୟିତ୍ୱ ଦେଇଛନ୍ତି। ଜେଟଲି କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସହିତ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବେ ବୋଲି ଜଣାପଡ଼ିଛି ।
ସଂସଦୀୟ କାର୍ଯ୍ୟମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ସଂସଦକୁ ଅଚଳ କରି ରଖିବାକୁ ବିରୋଧୀ ଦଳ ଯେଉଁ ଯୋଜନା କରିଛି ତାହା ନିନ୍ଦନୀୟ। ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରୁଥିବା କଂଗ୍ରେସ କେବଳ ଗୃହକୁ ଅଚଳ ରଖିବା ଉଦ୍ଦେଶ୍ୟରେ ଏହା କରୁଛି ବୋଲି ସେ କହିଛନ୍ତି। ଉଭୟ ଲୋକସଭାରେ ସମାନ ସ୍ଥିତି ଯୋଗୁଁ ଗୃହର ସ୍ୱାଭାବିକ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ମାମଲାରେ କ୍ଷମା ପ୍ରାର୍ଥନା ନକରିବା ପର୍ଯ୍ୟନ୍ତ ଗୃହକୁ ଚାଲିବାକୁ