ଗରମ ଲାଗୁଥିବାରୁ ବିମାନର ଜରୁରୀକାଳିନ ଝରକା ଖୋଲିଲେ ଯାତ୍ରୀ, ଗଣିଲେ ୭ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ : ବର୍ତ୍ତମାନ କିଛି ଦିନ ହେବ ବିମାନ ଯାତ୍ରା ଏବଂ ଏଥି ସମ୍ବନ୍ଧୀୟ ଅନେକ ପ୍ରକାରର ଖବର ଆସୁଥିବାର ଦେଖାଯାଉଛି। ସେହିପରି ଗତ କାଲି ଚାଇନାର ସିଚୁଆନ ପ୍ରାନ୍ତର ମିୟାନୟାଙ୍ଗ ଏୟାରପୋର୍ଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିମାନ ଯାତ୍ରା କରିବାକୁ ଥିବା ଜଣେ ଯାତ୍ରୀ ଗରମ ଲାଗୁଥିବା କହି ବିମାନର ଜରୁରୀକାଳିନ ଝରକାକୁ ଖୋଲି ଦେଇଛନ୍ତି । ଏହା ପରେ ବିମାନ ଚଳାଚଳ ସଂସ୍ଥାର ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।
ଘଟଣା ଅନୁଯାୟୀ , ହାଇନାନ୍‌ର ଦ୍ୱୀପରୁ ଚେନ୍‌ ନାମକ ଜଣେ ବ୍ୟକ୍ତି ବିମାନ ଯାତ୍ରା କରୁଥିଲେ । ବିମାନ ମଧ୍ୟରେ ବସିବା ସମୟରେ ତାଙ୍କୁ ବହୁତ ଗରମ ଲାଗିଥିଲା ଏଣୁ ସେ ସେଠାରେ ଝରକା ଖୋଲିବାକୁ ଚେଷ୍ଟା କରିଥିଲେ । ତେବେ ସେହି ସମୟରେ ଭୂଲରେ ତାଙ୍କ ଦ୍ୱାରା ଜରୁରୀ କାଳିନ ଝରକାଟି ଖୋଲି ହୋଇ ଯାଇଥିଲା ଫଳରେ ପ୍ୟାନେଲଟି ସଂପୂର୍ଣ୍ଣ ଭାବେ ଗଳି ଯାଇଥିଲା । ଏହା ପରେ ବିମାନ ବନ୍ଦରର ପୁଲିସ ତାଙ୍କୁ ଜେରା କରିଛି। ଏହା ସହ ଏୟାରଲାଇନ୍‌କୁ ଜରିମାନା ହିସାବରେ ତାଙ୍କୁ ୧୧ ହଜାର ଡ଼ଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୭: ୩୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ତେବେ ବିମାନଟି ଉଡ଼ାଣ ଭରି ନ ଥିବାରୁ କିଛି ଅଘଟଣ ଘଟିବାରୁ ବଞ୍ଚିଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏୟାରଲାଇନ୍‌ର ନାମଟିକୁ ଗୋପନ ରଖାଯାଇଛି।

ସମ୍ବନ୍ଧିତ ଖବର