ରେଳ ସେବାର ଅସଲ ଚିତ୍ର : ଯାତ୍ରୀଙ୍କ ଲାଗି ଚା’ କରିବା ପାଇଁ ରେଳ ଶୌଚାଳୟରୁ ପାଣି ଆଣୁଥିବାର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଥର ରେଳରେ ଉପଲବ୍ଧ ହେଉଥିବା ସେବାକୁ ନେଇ ଯାତ୍ରୀମାନେ ଅଭିଯୋଗ ଆଣି ସାରିଛନ୍ତିା କେବେ ଖାଇବାକୁ ନେଇ ତ କେବେ ରେଳରେ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ । ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଏବେ ପୁଣି ଏକ ରେଳ ସେବାରେ ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଛି ।

ରେଳ କର୍ମଚାରୀମାନେ ଚା’ ତିଆରି କରିବା ପାଇଁ ଟ୍ରେନ୍‌ ମଧ୍ୟରେ ଥିବା ଶୌଚାଳୟରୁ ପାଣି ନେଉଥିବା ଦେଖିବାକୁ ମିଳିଛି । ଟ୍ରେନରେ ଯାତ୍ରା କରୁଥିବା ପୁନିତ୍‌ ତ୍ୟାଗୀ ନାମକ ବ୍ୟକ୍ତି ଏହାର ଏକ ଭିଡ଼ିଓ ଟ୍ଵିଟରରେ ଛାଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଭିଡ଼ିଓକୁ ଅପ୍‌ଲୋଡ଼ କରାଯିବା ପରେ ବ୍ୟବହାରକାରୀମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ତ କିଛି ଲୋକ ଏହା ସାଧାରଣ ବୋଲି କହିଛନ୍ତି । ଜଣେ ବ୍ୟବହାରକାରୀ ଏହି ଭିଡ଼ିଓ ଦେଖିଲା ପରେ ଖାଲି ଚା’ କ’ଣ ଖାଇବା ଜିନିଷ ମଧ୍ୟ ସେମାନେ ଶୌଚାଳୟରେ ରଖି ଦିଅନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ବୋଲି କହିଛନ୍ତି । ତେବେ ରେଳ ସେବାର ଏଭଳି ଅଭାବନୀୟ ଚିତ୍ର ଅନେକ ସମୟରେ ନଜରକୁ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଥିରେ କୌଣସି ସୁଧାର ଆସିପାରୁ ନାହିଁ ।

ସମ୍ବନ୍ଧିତ ଖବର