ମସ୍କୋ: ସାଇବେରିଆରୁ ଋଷିଆ ଅଭିମୁଖେ ଉଡ଼ାଣ ଭରୁଥିବା ଏକ ଯାତ୍ରୀବାହୀ ବିମାନକୁ ଜଣେ ଅଜ୍ଞାତ ଯାତ୍ରୀ ମଝି ଆକାଶରୁ ଅପହରଣ (ହାଇଜ୍ୟାକ୍) କରିନେବାକୁ ଉଦ୍ୟମ କରିଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସାଇବେରିଆରୁ ଏକ ଯାତ୍ରୀବାହୀ ବିମାନ ମସ୍କୋର ସରଗଟ ଅଭିମୁଖେ ଆଜି ଅପରାହ୍ଣରେ ଉଡ଼ାଣ ଭରିଥିଲା। ତେବେ, ସଂପୃକ୍ତ ବିମାନରେ ଯାତ୍ରା କରୁଥିବା ଜନୈକ ଯାତ୍ରୀ ହଠାତ୍ ମଝି ଆକାଶରେ ନିଜ ସିଟରୁ ଉଠିପଡ଼ି କକ୍ପିଟ୍ ଭିତରକୁ ବିମାନର ପାଇଲଟଙ୍କୁ ନିଜ କବ୍ଜାକୁ ନେଇ ଯାଇଥିଲେ। ପରେ ଅଜ୍ଞାତ ଯାତ୍ରୀ ଜଣକ ପାଇଲଟଙ୍କୁ ମସ୍କୋର ସରଗଟ ଅଭିମୁଖେ ନ ନେଇ ବିମାନଟିକୁ ଆଫ୍ଗାନିସ୍ତାନ ଅଭିମୁଖେ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଅଜ୍ଞାତ ଅପହରଣକାରୀର ଧମକରେ ଡରି ନଯାଇ ପାଇଲଟ ଜଣକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବିମାନଟିକୁ ଋଷିଆର ଖଣ୍ଟି-ମନସିସ୍କ ସହରର ବିମାନ ବନ୍ଦରରେ ଅବତରଣ କରାଇ ଦେଇଥିଲେ। ପରେ ପାଇଲଟଙ୍କ ଠାରୁ ଖବର ପାଇବା ପରେ ସୁରକ୍ଷା କର୍ମୀମାନେ ବିମାନଟିକୁ କର୍ଡନ କରିନେବା ସହ ଅଜ୍ଞାତ ବିମାନ ମଧ୍ୟରୁ ଅଜ୍ଞାତ ଅପହରଣକାରୀକୁ ଧରି ନେଇଛନ୍ତି। ଅପହରଣକାରୀ ଜଣକ କେଉଁ ଉଦ୍ଦେଶ୍ୟରେ ଓ କାହିଁକି ବିମାନଟିକୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ, ସେ ସଂପର୍କରେ ତଦନ୍ତ ଚାଲିଥିବା ବେଳେ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।