ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ୧୨ ଆହତ

ନୂଆଦିଲ୍ଲୀ : କଟନି-ଚୋପନ ପାସେଂଜର ଟ୍ରେନ୍‌ ଆଜି ରାତିରେ ମଧ୍ୟପ୍ରଦେଶର କଟନି ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଛି। ସଲ୍‌ହନା -ପିପିରିୟାକଳା ଷ୍ଟେସନ ନିକଟ ଅଂଚଳରେ ଏହି ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ଖବର ମିଳିଛି । ରାତି ୧୦ଟାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର