ବାବାଙ୍କୁ ମନେଇଲେ ଯୋଗୀ, ଉତ୍ତରପ୍ରଦେଶରେ ହେବ ପତଞ୍ଜଳୀ ଫୁଡ୍‌ପାର୍କ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗଗୁରୁ ରାମଦେବଙ୍କ ପ୍ରସ୍ତାବିତ ପତଞ୍ଜଳୀ ଫୁଡ ପାର୍କକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହସ୍ତକ୍ଷେପ ପରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବାବା ରାମଦେବ ରାଜି ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ କୌଣସି ସହଯୋଗ କରାଯାଉନଥିବା ପତଞ୍ଜଳୀ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏପରିକି ଏହି ପ୍ରକଳ୍ପରୁ ଓହରିବା ଲାଗି କମ୍ପାନି ପକ୍ଷରୁ ଧମକ ଦିଆଯିବା ପରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥରେ ହସ୍ତକ୍ଷେପ କରିଛନ୍ତି । ପ୍ରକଳ୍ପକୁ ତ୍ୱରାନ୍ଵିତ କରିବାକୁ ଉଦ୍ୟମ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଏ ସଂପର୍କରେ ପତଞ୍ଜଳୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଫୋନ କରି ତାଙ୍କ ଅଭିଯୋଗ ଶୁଣିବା ସହ ଆବଶ୍ୟକ ସହଯୋଗ ପାଇଁ ପ୍ରତଶୃତି ଦେଇଥିଲେ । ଏହା ପରେ କମ୍ପାନି ପକ୍ଷରୁ ଏହି ପ୍ରକଳ୍ପ ବାତିଲ ହୋଇନାହିଁ ବୋଲି କୁହାଯାଇଥିଲା । ୟୁପିର ଶିଳ୍ପମନ୍ତ୍ରୀ ମହାନା କହିଛନ୍ତି ଯେ ଏହି ପ୍ରକଳ୍ପକୁ ରାଜ୍ୟରୁ ଯିବାକୁ ଦିଆଯିବ ନାହିଁ । ଏହି ପ୍ରକଳ୍ପ ମଂଜୁରୀ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଶୀଘ୍ର ସମାପ୍ତ ହେବ । ଏହି ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପରେ ପତଞ୍ଜଳୀ ପକ୍ଷରୁ ୬ ହଜାର କୋଟି ଟଙ୍କା ନିବେଶ କରିବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର