ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟ ଗଲା ନିର୍ଭୟା ଗଣଦୁଷ୍କର୍ମକାରୀ ପୱନ ଗୁପ୍ତା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଘଟଣା ପୁଣି ଏକ ନୂଆମୋଡ଼ ନେଇଛି। ଏଥିସହ ଆଜି ଦୁଷ୍କର୍ମକାରୀଙ୍କୁ ଫାଶୀ ପ୍ରଦାନ ପାଇଁ ନୂତନ ଭାବେ ଫେବ୍ରୁଆରି ୧, ସକାଳ ୬ଟାରେ ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ‘ମୃତ୍ୟୁ ପରଓ୍ଵାନା’ର କାର୍ଯ୍ୟକାରୀତା ନେଇ ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ସୃଷ୍ଟି ହୋଇଛି। କାରଣ ଏହି ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାକୁ ନାବାଳକ ଅପରାଧୀ ରୂପେ ବିବେଚନା କରିବାକୁ ଦିଲ୍ଲୀ ହାଇକୋର୍ଟ ଗତ ଡିିସେମ୍ବର ୧୯ ତାରିଖ ରାୟରେ ମନା କରିଦେବା ପରେ ଦୋଷୀ ପବନ କୁମାର ଗୁପ୍ତା ଆଉ ଥରେ ଦିଲ୍ଲୀ ହାଇକୋର୍ଟର ରାୟକୁ ଚାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆମ ଦେଶର ନ୍ୟାୟ ବ୍ୟବସ୍ଥା କହୁଛି ଯେ ଯଦି କୌଣସି ଅପରାଧୀର କୌଣସି ପ୍ରକାରର ଆବେଦନ କୌଣସି ନ୍ୟାୟାଳୟରେ ବିଚାରାଧୀନ ଅବସ୍ଥାରେ ଥିବ ତେବେ ତାକୁ ଫାଶୀ ଦିଆଯାଇ ପାରିବ ନାହିଁ। ତେଣୁ,ଏ ପରିସ୍ଥିିତିରେ ନୂତନ ‘ମୃତ୍ୟୁ ପରଓ୍ଵାନା’ର କାର୍ଯ୍ୟକାରୀତା ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା।

ଅନ୍ୟ ପକ୍ଷରେ ଆଜି ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମୃତ୍ୟୁ ପରୱାନା ଜାରି ସହ  ନୂଆ ଫାଶୀ ତାରିଖ ଘୋଷଣା ପୂର୍ବରୁ ଜଷ୍ଟିସ ସତିଶ ଆରୋରା ଉଭୟ ସରକାରୀ ପକ୍ଷ ଓ ଦୋଷୀ ପକ୍ଷର ଯୁକ୍ତି ଶୁଣିଥିଲେ। ଦୋଷୀଙ୍କ ପକ୍ଷର ଓକିଲ ଯୁକ୍ତି ବାଢ଼ିଥିଲେ କି ସୁପ୍ରିମ୍‌କୋର୍ଟରେ ମାମଲାର ଅନ୍ୟତମ ଦୋଷୀ ପୱନ ଗୁପ୍ତାର ଏକ ଲିଭ୍‌ ପିଟିସନ୍‌ ବିଚାର ଅପେକ୍ଷାରେ ରହିିଛି। ଅପରାଧ ଘଟାଇବା ସମୟରେ ଦୋଷୀ ନାବାଳକ ଥିଲା ତେଣୁ ଦଣ୍ଡକୋଳହ କରାଯାଉ ବୋଲି ଆବେଦନ କରାଯାଇଛି। ଏହାର ପ୍ରମାଣ ସ୍ବରୂପ ସେ ପୱନ ଗୁପ୍ତାର ବୟସ ପ୍ରମାଣ ପତ୍ର କୋର୍ଟରେ ଦାଖଲ କରିବେ। ଏହି କାରଣରୁ ଫାଶୀ ତାରିଖ ଘୋଷଣା କରା ନଯାଉ ବୋଲି ଯୁକ୍ତି ରଖିଥିଲେ ଦୋଷୀଙ୍କ ପକ୍ଷ। ମାତ୍ର ଜଷ୍ଟିସ୍‌ ଅରୋରା ଏହାକୁ ଗ୍ରହଣ ନକରି ଧାଡ଼ିକିଆ ରାୟ ଜାରି କରିଥିଲେ। ସେ ତାଙ୍କ ରାୟରେ ଲେଖିଥିଲେ- ‘ମୁଁ ଫେବ୍ରୁଆରି ୧ ତାରିଖ ସକାଳ ୬ଟା ଲାଗି ମୃତ୍ୟୁ ପରୱାନା ଜାରି କରୁଛି।’

ସମ୍ବନ୍ଧିତ ଖବର