ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ପିଡିପି-ଏନ୍‌ସି-କଂଗ୍ରେସ ମେଣ୍ଟ ଚୂଡ଼ାନ୍ତ; ଅଲ୍‌ତାଫ୍‌ ବୁଖାରୀ ହେବେ ମୁଖ୍ୟମନ୍ତ୍ରୀ

ଶ୍ରୀନଗର/ ନୂଆଦିଲ୍ଲୀ: ବିଗତ ପାଞ୍ଚ ମାସ ଧରି ରାଜ୍ୟପାଳ ଶାସନ ଅଧୀନରେ ରହିବା ପରେ ଆଜି ଜମ୍ମୁ- କଶ୍ମୀରରେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ଜମ୍ମୁ- କଶ୍ମୀରରେ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)- ନ୍ୟାସନାଲ କନଫରେନ୍ସ (ଏନ୍‌ସି)- କଂଗ୍ରେସ ଏକାଠି ମେଣ୍ଟ କରି ସରକାର ଗଠନ କରିବେ ଏବଂ ନୂତନ ସରକାରରେ ପିଡିପିର ବରିଷ୍ଠ ନେତା ଅଲ୍‌ତାଫ୍‌ ବୁଖାରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ବସମ୍ମତ୍ତ ନିଷ୍ପତ୍ତି ହୋଇଥିବା ଜାଣିବାକୁ ମିଳିଛି। ୮୭ ସଦସ୍ୟ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭାରେ ଏବେ ପିଡିପିର ୨୮, ଏନ୍‌ସିର ୧୫ ଓ କଂଗ୍ରେସର ୧୨ ଜଣ ନିର୍ବାଚିତ ବିଧାୟକ ଅଛନ୍ତି। ଏମାନେ ସମସ୍ତେ ମିଶିଗଲେ ଏମାନଙ୍କ ସଂଖ୍ୟା ୫୫ ହୋଇଯିବ ଓ ସରକାର ଗଠନ ପାଇଁ ରାସ୍ତା ପରିଷ୍କାର ହୋଇଯିବ।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)- ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସହ ମେଣ୍ଟକରି ଜମ୍ମୁ- କଶ୍କୀରରେ ମିଳିତ ସରକାର ଗଠନ କରିଥିଲା। ତେବେ ହଠାତ୍‌ ବିଜେପି ମିଳିତ ସରକାରରୁ ଓହରି ଯିବାରୁ ପିଡିପି- ବିଜେପି ମେଣ୍ଟ ସହ ସରକାର ମଧ୍ୟ ଭାଙ୍ଗି ଯାଇଥିଲା ଏବଂ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।

ସମ୍ବନ୍ଧିତ ଖବର