ପୌର ନିର୍ବାଚନ ବର୍ଜନ କରିବ ପିଡିପି

ଶ୍ରୀନଗର: ଧାରା ୩୫-କ’ ପ୍ରସଙ୍ଗକୁ ନେଇ ଜମ୍ମୁ କଶ୍ମୀରରେ ରାଜନୀତି ଥମିବାର ନାଁ ନେଉନାହିଁ। ନ୍ୟାସନାଲ୍‌ କନଫରେନ୍ସ (ଏନ୍‌ସି) ପରେ ଏବେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ରାଜନୈତିକ ଚାଲ୍‌ ଖେଳିବା ଆରମ୍ଭ କରିଛି। ଦଳ ପୌର ନିର୍ବାଚନ ବର୍ଜନ କରିବ ବୋଲି ଧମକ ଦେଇଛି। ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ଆଜି କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ବର୍ଜନ କରିବ।

ସମ୍ବନ୍ଧିତ ଖବର