ପି. ଡି. ଭି. ବାଲାଷ୍ଟିକ ମିସାଇଲର ପରୀକ୍ଷଣ ଆଜି

ଚାନ୍ଦବାଲି: ବଙ୍ଗୋପସାଗର ପୂର୍ବ ଉପକୂଳ ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପ ଅନ୍ତର୍ଗତ ୪ ନମ୍ବର ଲଞ୍ଚ୍‌ପ୍ୟାଡ଼ରୁ ବୁଧବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୨ଟା ସମୟ ମଧ୍ୟରେ ଭାରତୀୟ ପ୍ରତିରକ୍ଷା ବିଭାଗ ତରଫରୁ ପି. ଡି. ଭି. ମିସାଇଲ ପରୀକ୍ଷଣ କରାଯିବା ପାଇଁ ସ୍ଥିର ହୋଇଛି।
ପରୀକ୍ଷଣକୁ ଭାରତର ପ୍ରତିରକ୍ଷା ବିଭାଗ କଣ୍ଟ୍ରୋଲ ବୋର୍ଡ ତଦାରଖ କରିବ ବୋଲି ସୂଚନା ମିଳିଛି। ବର୍ତମାନ ଗୁରୁତ୍ୱ ବହନ କରୁଥିବା ଏହି ପରୀକ୍ଷଣ ସମୟରେ ସମସ୍ତ ବୈଜ୍ଞାନିକ ଉପସ୍ଥିତରେ ରାଡାର ମାଧ୍ୟମରେ ଏହାର ଗତିବିଧି ଲକ୍ଷ୍ୟ କରିବେ।

ଏହି ବାଲାଷ୍ଟିକ ମିସାଇଲ ପୂର୍ବରୁ ଗତ ମାସ ଫେବ୍ରୁୟାରି ୧୨ ତାରିଖରେ ସଫଳ ପରୀକ୍ଷଣ ହୋଇଥିଲା । ୨୦୧୪ ମସିହାରେ ଡ. ଆର. ଡି. ଓ. ଏହାର ପ୍ରଥମ ପରୀକ୍ଷଣ କରିଥିବା ବେଳେ ୨୦୧୭ ମସିହା ଭାରତର ପ୍ରତିରକ୍ଷା ବିଭାଗ ପି. ଡି. ଭି.ର (ପୃଥିବୀ ଡିଫେନ୍ସ ଭେଇକିଲ୍‌) ଶେଷ ପରୀକ୍ଷଣ କରିଥିଲା।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବାଲାଷ୍ଟିକ୍‌ ମିସାଇଲ ୨୦୦୬ ମସିହା ନଭେମ୍ବର ୨୬ ତାରିଖରେ ନିର୍ମାଣ କରାଯାଇଥିଲା। ୧୦୦ କି. ମି.ରୁ ୨୦୦୦ କି. ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦୀ କ୍ଷମତା ଥିବା ଦୁଇ ଥାକିଆ କଠିନ ଇନ୍ଧନ ଦ୍ୱାରା ଚାଳିତ ଏହି ବାଲାଷ୍ଟିକ୍‌ ମିସାଇଲ। ୨୦୧୬ ରେ ଭାରତ ରୁଷିଆ ସହିତ ୪ଟି ଏସ୍‌-୪୦୦ ଟ୍ରାୟ ଆଡ୍‌ଭାନ୍ସ ଏୟାର୍‌ ଡିଫେନ୍ସ ସିଷ୍ଟମ ଚୁକ୍ତି କରିଥିଲା । ଯାହାର ନାମ ଏସ୍‌.ଏ. ୨୧ ଗ୍ରଉଲର। ଯେହେତୁ ଇଣ୍ଡିଆନ ବାଲାଷ୍ଟିକ ମିସାଇଲ ଡିଫେନ୍ସ ପ୍ରୋଗ୍ରାମ ସିଷ୍ଟମ୍‌ ନିକଟରେ ସ୍ୱଳ୍ପ ସୂଚନା ଥିଲା। ଏହା ଜଣାପଡ଼ିୁଛି ଯେ ଏସ୍‌.-୪୦୦ , ୪୦ ଏନ୍‌. ୬ ସହିତ ମିଶି ଭୂପୃଷ୍ଠରୁ ଅନ୍ତରୀକ୍ଷକୁ ନିକ୍ଷେପ କରାଯାଇପାରିବ। ତାହା ପୃଥିବୀ ଏୟାର୍‌ ଡିଫେନ୍ସ ବାଲାଷ୍ଟିକ୍‌ ମିସାଇଲ ଠାରୁ ସର୍ବୋତ୍କଷ୍ଟ ହୋଇପାରିବ।

କାର୍‌ଗିଲ ଯୁଦ୍ଧ ପରେ ପରେ ଚୀନ୍‌ ଏବଂ ପାକିସ୍ଥାନର ମିସାଇଲକୁ ନେଇ ନିଜର ଶକ୍ତିଶାଳୀ ପ୍ରଦର୍ଶନ କରୁଥିବା ବେଳେ ୧୯୯୯ ମସିହାଠାରୁ ଭାରତର ପ୍ରତିରକ୍ଷା ବିଭାଗ ପି. ଏ. ଡି/ ପି. ଡି. ଭି. ନିର୍ମାଣ କରିସାରିଥିଲା। ଏହାର ସେକେଣ୍ଡ ପ୍ରତି ବେଗ ୫୦- ୧୫୦ କି. ମି. ପର୍ଯନ୍ତ ଆକଳନ କରାଯାଇଥିଲା ବେଳେ ଏହା ୧୮୦ କିମି ପର୍ଯ୍ୟନ୍ତ ଗତି କରିପାରୁଥିଲା। ଏ. ଏ. ଡି. ର ବେଗଥିଲା ୨୦ ରୁ ୪୦ କି. ମି.। ପରେ ୨୦୦୬ ମସିହାରେ ଭାରତର ପ୍ରତିରକ୍ଷା ବିଭାଗ ପି. ଡି. ଭି. ବାଲାଷ୍ଟିକ ମିସାଇଲ ନିର୍ମାଣ କରଥିଲା।

ସମ୍ବନ୍ଧିତ ଖବର