ଆଜି ଅପେକ୍ଷାକୃତ ଶାନ୍ତ ରହିଛି ସାବରିମାଲା କ୍ଷେତ୍ର

ତିରୁଅନନ୍ତପୁରମ : ଗତ କିଛି ଦିନ ଧରି ଅଶାନ୍ତ ରହିବା ପରେ ଆଜି କେରଳର ପ୍ରସିଦ୍ଧ ତୀର୍ଥ ସ୍ଥଳ ସାବରିମାଲାରେ ଆପେକ୍ଷାକୃତ ଶାନ୍ତି ବିରାଜମାନ କରିଛି । ଏହାର କାରଣ ହେଉଛି ଗତ ୧୭ ତାରିଖରେ ମନ୍ଦିରର ମାସିକ ପୂଜା ଓ କର୍ମକାଣ୍ଡ ଶେଷ ହେବା ପରେ ମନ୍ଦିର ପୁଣି ବନ୍ଦ ହୋଇଯାଇଛି । ସେହିପରି ସରକାର ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ୪ଟି ପ୍ରମୁଖ ସ୍ଥାନରେ ୧୪୪ ଧାରା ଲଗାଇଥିବାରୁ ସେଠାରେ ପୁଲିସ ସୁରକ୍ଷା କଡାକଡ଼ି ରହିଛି । ଏହି ୪ଟି ସ୍ଥାନ ହେଲା ସାବରିମାଲା, ପମ୍ବା, ନୀଲାକ୍କଲ ଓ ଇଲାଭୁନକଲ । ଗତ ବୁଧବାର ଦିନ ମନ୍ଦିର ଖୋଲିବା ସମୟରେ କେତେକ ମହିଳା ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ପ୍ରବଳ ବିରୋଧ ଯୋଗୁଁ ଫେରିଆସିଥିଲେ ।
ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର