ପିଲାଚୋର ସନ୍ଦେହରେ ପିଟିପିଟି ହତ୍ୟା

ଭୋପାଳ: ଭିଡ଼ହିଂସା ଥମିବାର ନାଁ ନେଉନି। ମଧ୍ୟପ୍ରଦେଶରେ ପୁଣି ଜଣେ ଯୁବକଙ୍କୁ ପିଲାଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ଅନୁପୁର ଜିଲ୍ଲାସ୍ଥିତ କୁଇ ଗ୍ରାମର ମୁକେଶ ଗଣ୍ଡ ନାମକ ଜଣେ ଯୁବକ ଗାଁ ସ୍କୁଲ୍‌ ନିକଟରେ ବୁଲୁଥିବା ବେଳେ ତାଙ୍କୁ ୪ ଜଣ ନିଶାସକ୍ତ ଗ୍ରାମବାସୀ ତୁମେ କିଏ ବୋଲି ପଚାରିଥିଲେ। କିନ୍ତୁ ସେ କିଛି ଉତ୍ତର ନଦେଇ ସ୍କୁଲ୍‌ ପଛପଟେ ଲୁଚିଯାଇଥିଲେ। ଏହାପରେ ଦୁଇ ଜଣ ଗ୍ରାମବାସୀ ଉକ୍ତ ଯୁବକକୁ ଧରି ନେଇଥିଲେ ଏବଂ ପରେ ଗ୍ରାମର ଅନ୍ୟ ୬ ଜଣ ଯୁବକ ସେମାନଙ୍କ ସହ ଯୋଗଦେଇ ତାଙ୍କୁ ପିଲାଚୋର ସନ୍ଦେହରେ ପିଟିପିଟି ହତ୍ୟା କରିଥିଲେ। ତେବେ ଏହି ଅପରାଧକୁ ଲୁଚାଇବା ପାଇଁ ସେମାନେ ଯୁବକଙ୍କ ମୃତଦେହକୁ ଏକ କୂଅ ମଧ୍ୟରେ ପକାଇ ଦେଇଥିଲେ। ପୁଲିସ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର