ଦିଲ୍ଲୀର ସିଗନେଚର ବ୍ରିଜ ଉପରେ ଜୀବନକୁ ବାଜି ଲଗାଇ ସେଲଫି ନେଉଛନ୍ତି ଲୋକେ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଓ ଉତ୍ତର ଦିଲ୍ଲୀର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଦିଲ୍ଲୀ ଟୁରିଜିମ ଓ ଟ୍ରାନ୍‌ସଫୋଟେସନ ଡେଭଲପମେଣ୍ଟ କର୍ପୋରେସନ( ଡିଟିଟିଡିସି) ପକ୍ଷରୁ ୧୫୧୮.୩୭ କୋଟି ବ୍ୟୟରେ ନଭେମ୍ବର ୪ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ସିଗନେଚର ବ୍ରିଜର ଉଦ୍‌ଘାଟନ୍‌ କରିଥିଲେ। ଏହାକୁ ବିଶ୍ୱର ସର୍ବୋଚ୍ଚ ସେଲଫି ପଏଣ୍ଟ ବୋଲି କୁହାଯାଉଛି। ତେବେ ଏହି ବ୍ରିଜ ଉପରେ ଲୋମମାନଙ୍କ ଗହିଳି ଜମୁଛି ସତ, କିନ୍ତୁ ଅନେକ ବିପଦପୂର୍ଣ୍ଣ ଭଳି ଘଟଣାମାନ ସାମ୍ନାକୁ ଆସୁଛି।

ସୂଚନାନୁଯାୟୀ, ଆଜିକାଲିର ଯୁବପିଢୀ ପାଇଁ ସେଲଫି ଏକ ନିଶା। ଯିଏ ଯେଉଁଠି ପାଇଥାଏ ସେଠି ସେଲ୍‌ଫି ନେବାରେ ବ୍ୟସ୍ତ ଥାଆନ୍ତି। ଏମିତିରେ ଦିଲ୍ଲୀର ସିଗନେଚର ବ୍ରିଜ ଉପରେ କାର ଝରକାରୁ ଷ୍ଟଣ୍ଟ କରିବା ସହ ସେଲ୍‌ଫି ନେଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ରିଜର ଫଟୋ ଉଠାଇବା ସହ କେବୁଲ ଉପରେ ବସି ଫଟୋ ନେଇଥିଲେ ଯୁବପୀଢି । କେବଳ ଏତିକି ନୁହେଁ ଯୁବପିଢୀ ପୁଲିସ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ଅନୁପସ୍ଥିତିରେ ବାଇକରେ ଷ୍ଟଣ୍ଟ ଦେଖାଇବା ସହ ସେଲ୍‌ଫି ନେଉଛନ୍ତି । ଫଳରେ ବ୍ରିଜ ଉପରେ ଦୁର୍ଘଟଣା ଘଟିପାରିବାର ସମ୍ଭାବନା ଅଧିକ ରହିଥିବା କଥା କୁହାଯାଉଛି।

ସମ୍ବନ୍ଧିତ ଖବର