କୁଣ୍ଡଳିରେ ଜେଲ୍‌ ଦଣ୍ଡ ଭୋଗିବାକୁ ଥିବାରୁ ସେଥିରୁ ମୁକ୍ତି ପାଇଁ ଲକ୍ଷ୍ନୌ ବାସିନ୍ଦା କରୁଛନ୍ତି ଏପରି କାମ

ଲକ୍ଷ୍ନୌ: ଜେଲ୍‌ ଯିବା ନା ଶୁଣିଲେ ପ୍ରାୟ ସବୁ ଲୋକ ଡ଼ରିଥାନ୍ତି । କିନ୍ତୁ ଲକ୍ଷ୍ନୌର ବାସିନ୍ଦା ଜେଲ୍‌ରେ ଯାଇ ସମୟ କଟାଉ ଥିବାର ଦେଖିବାକୁ ମିଳୁଛି । ଲୋକମାନେ ଜେଲ୍‌ରେ ସମୟ କଟାଇବା ପାଇଁ ପ୍ରଶାସନକୁ ଅନୁମତି ମାଗିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଖବର ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗଥାଇ ପାରେ; ହେଲେ ଏହା ସଂପୂର୍ଣ୍ଣ ସତ । ଲକ୍ଷ୍ନୌରେ ଏବେ ଲୋକମାନେ ଜେଲରେ ଯାଇ ରାତି କଟାଇବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ଅନୁମତି ମାଗୁଥିବା ଦେଖାଯାଉଛି । କିନ୍ତୁ ଲୋକମାନେ ଏଭଳି କାମ କାହାର ଚାପରେ ଆସି କରୁ ନଥିବା ବେଳେ ନିଜ ଇଚ୍ଛାରେ କରୁଥିବା ଜଣା ପଡ଼ିଛି । ନିଜ କୁଣ୍ଡଳିରେ ଥିବା ଜେଲ୍‌ ଦଣ୍ଡ ଦୋଷକୁ ଦୂର କରିବା ପାଇଁ ସେମାନେ ଏପରି ବାଟ ଆପଣାଉ ଥିବା ସୂଚନା ମିଳିଛି ।

Mental Floss

ସୂଚନା ମୁତାବକ, ଗୋମତି ନଗରରେ ରହୁଥିବା ବ୍ୟବସାୟୀ ରମେଶ ସିଂହ ମେ ମାସରେ ଗୋଟେ ରାତି ପାଇଁ ଜେଲ୍‌ ଯାଇଥିଲେ । ନିଜର କୌଣସି ଦୋଷ ପାଇଁ ନୁହେଁ ବରଂ କୁଣ୍ଡଳିରେ ଥିବା ଦୋଷକୁ ଦୂର କରିବା ପାଇଁ ସେ ଏପରି କରିଥିଲେ ବୋଲି କହିଛନ୍ତି । ଜଣେ ଜ୍ୟୋତିଷ ତାଙ୍କ କୁଣ୍ଡଳିରେ ଜେଲ୍‌ ଦଣ୍ଡ ଭୋଗିବାର ଅଛି ବୋଲି କହିବା ସହ ଭବିଷ୍ୟତରେ ଏହା ତାଙ୍କୁ ଅସୁବିଧାରେ ପକାଇବ ବୋଲି କହିଥିଲେ । ଏହାର ପ୍ରତିକାର ବିଧାନ ପାଇଁ ଜ୍ୟୋତିଷ ତାଙ୍କୁ ନିଜେ ନିଜ ତରଫରୁ ଯାଇ ଜେଲ୍‌ରେ ଗୋଟେ ରାତି ରହିଲେ ତୁମର ଏହି ଦୋଷ ଦୂର ହେବ ବୋଲି କହିବାରୁ ରମେଶ ଜିଲ୍ଲା ପ୍ରଶାସନଙ୍କ ଅନୁମତି ନେଇ ଗୋଟେ ରାତି ଯାଇ ଜେଲ୍‌ରେ ରହିଥିଲେ । ସିଂଙ୍କ ବ୍ୟତୀତ ଆହୁରି ଅନେକ ଲୋକ ମଧ୍ୟ ଏପରି କରି ସାରିଥିବା ଓ ଏବେ ବି କରୁଥିବା ଜଣିବାକୁ ମିଳିଛି।

ସମ୍ବନ୍ଧିତ ଖବର