ନୂଆଦିଲ୍ଲୀ: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହାଇଦ୍ରାବାଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଦେଶରେ ‘ପିପର ସ୍ପ୍ରେ’ର ବିକ୍ରୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ଦେଶରେ ଅନ୍ଲାଇନ୍ ମାଧ୍ୟମରେ ‘ପିପର ସ୍ପ୍ରେ’ ବିକ୍ରୟ କରୁଥିବା ଅନ୍ଲାଇନ୍ ମାର୍କେଟିଂ ସଂସ୍ଥା ଆମାଜନ୍ ପକ୍ଷରୁ କୁହାଯାଇଛି ଯେ ହାଇଦ୍ରାବାଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଦେଶରେ ‘ପିପର ସ୍ପ୍ରେ’ର ବିକ୍ରୟ ୭୦୦ଗୁଣ ବୃଦ୍ଧି ପାଇଛି ଏବଂ ସଂସ୍ଥା ନିକଟରେ ଯେତେ ‘ପିପର ସ୍ପ୍ରେ’ ଉପଲବ୍ଧ ଥିଲା ସେ ସବୁର ବିକ୍ରୟ ପ୍ରାୟ ୫ ଦିନ ତଳୁ ଶେଷ ହୋଇସାରିଛି।
ଉଲ୍ଲେଖଯୋଗ୍ୟ ପାଶ୍ଚାତ୍ୟ ରାଷ୍ଟ୍ରର ମହିଳାମାନେ ଏହି ‘ପିପର ସ୍ପ୍ରେ’କୁ ନିଜର ଆତ୍ମରକ୍ଷା ନିମନ୍ତେ ବହୁଳ ଭାବେ ବ୍ୟବହାର କରଥାନ୍ତି। ଭାରତୀୟ ମହିଳାମାନେ ମଧ୍ୟ ନିଜକୁ ଏକୁଟିଆ କୁଆଡ଼େ ଯିବାବେଳେ ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ଏବେ ଏହି ‘ପିପର ସ୍ପ୍ରେ’କୁ ବହୁ ମାତ୍ରରେ ନିଜର ଆତ୍ମରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।
ସର୍ବ ପ୍ରଥମେ ୨୦୧୭ରେ ହିମାଚଳ ପ୍ରଦେଶର ମହିଳା ଆଇପିଏସ୍ ସୌମ୍ୟା ସମ୍ଭାଶିବନ ଏହି ‘ପିପର ସ୍ପ୍ରେ’ର ବ୍ୟବହାର ଏହାର ପ୍ରସ୍ତୁତିକୁ ଦେଶର ଯୁବତୀମାନଙ୍କୁ ଶିଖାଇ ରାତାରାତି ସେଲିବ୍ରିଟିରେ ପରିଣତ ହୋଇ ଯାଇଥିଲେ। ଏବେ ଅନ୍ଲାଇନ୍ରେ ‘ପିପର ସ୍ପ୍ରେ’ ୨୦୦ରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଥିବା ବେଳେ ଆପଣମାନେ ଯଦି ଚାହିଁବେ ତେବେ ସୌମ୍ୟା ସମ୍ଭାଶିବନଙ୍କ ଉପାୟକୁ ଆପଣାଇ ନିଜ ଘରେ ନିଜ ହାତରେ ଏହି ‘ପିପର ସ୍ପ୍ରେ’କୁ ମାତ୍ର ୫୦ ଟଙ୍କାରୁ କମ୍ ମୂଲ୍ୟରେ ନିଜ ଘରେ ପ୍ରସ୍ତୁତ କରିପାରିବେ।
ଜାଣନ୍ତୁ କିପରି ନିଜ ଘରେ ନିଜ ହାତରେ ପ୍ରସ୍ତୁତ କରିବେ ‘ପିପର ସ୍ପ୍ରେ’....
ଆବଶ୍ୟକୀୟ ସାମଗ୍ରୀ
୧) ରାଗ ଲଙ୍କାଗୁଣ୍ଡ: ୩ ଚାମଚ୍
୨) ଗୋଲମରିଚ ଗୁଣ୍ଡ: ୨ ଚାମଚ
୩) ରିଫାଇନ୍ ତେଲ: ୫୦ ମି.ଲି
୪) ନେଲ୍ ପଲିସ୍ ରିମୁଭର: ୧ ଛୋଟ ବୋତଲ
୫) ସ୍ପ୍ରେ କରିବାର ସୁବିଧା ଉପଲବ୍ଧ ଥିବା ଏକ ପ୍ଲାଷ୍ଟିକ୍ ବୋତଲ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଗୋଟିଏ ପାତ୍ରରେ ଲଙ୍କାଗୁଣ୍ଡ: ୩ ଚାମଚ୍ ଓ ଗୋଲମରିଚ ଗୁଣ୍ଡ: ୨ ଚାମଚ ନେଇ ସେଥିରେ ରିଫାଇନ୍ ତେଲ: ୫୦ ମି.ଲି ଓ ନେଲ୍ ପଲିସ୍ ରିମୁଭର: ୧ ଛୋଟ ବୋତଲ ମିଶାଇ ତାକୁ ଭଲଭାବେ ଗୋଳାଇ ଦିଅନ୍ତୁ। ପରେ ଏକ ଚା’ଛଣା ସାହାଯ୍ୟରେ ଏହାକୁ ଛାଣି ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଏବଂ ଛଣା ଯାଇଥିବା ଏହି ତରଳ ପଦାର୍ଥକୁ ସ୍ପ୍ରେ କରିବାର ସୁବିଧା ଉପଲବ୍ଧ ଥିବା ଏକ ପ୍ଲାଷ୍ଟିକ୍ ବୋତଲରେ ପୂରାଇ ନିଜ ପାଖରେ ରଖନ୍ତୁ। ଏବଂ ଯଦି ଯିଏ ଆପଣଙ୍କ ନିକଟକୁ ଆସି ଅସଦାଚରଣ କରିବାକୁ ଚେଷ୍ଟା କରୁଛି ତେବେ ଅବିଳମ୍ବେ ଏହାକୁ ବାହାରକରି ତା’ ଉପରକୁ ସ୍ପ୍ରେ କରି ଦିଅନ୍ତୁ। ଅସଦାଚାଣକାରୀ ଯେତେ ଶକ୍ତଶାଳୀ ହୋଇଥାଉ ନା କାହିଁକି ଆପଣଙ୍କ ନିକଟରେ ମହଜୁଦ୍ ଥିବା ଏ ଅସ୍ତ୍ରାଘାତରେ ସେ ଆପଣଙ୍କ ନିକଟକୁ ଆସିବାକୁ ଆଉ ସାହସ ଜୁଟାଇ ପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Piper-Spray.jpg)