ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଫୋନ୍ କଲ ଯୋଗେ ମିଳିଲା ଧମକ
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର ଉଡାଇବାକୁ ମିଳିଲା ଧମକ । ଫୋନ୍ ଯୋଗେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇବାକୁ ଧମକ ମିଳିବା ପରେ ସଜାଗ ହୋଇଛି ପୁଲିସ । ଗତକାଲି ରାତି ୮ଟା ୪୯ ସମୟରେ ଟର୍ମିନାଲ-୨କୁ ଏକ ଫୋନ୍ କଲ ଆସିଥିଲା , ଯେଉଁଥିରେ ବିମାନବନ୍ଦରକୁ ଯଦି ରକ୍ଷା କରିପାରିବ ତ କର ବୋଲି ଖୋଲିଖୋଲି ଧମକ ମିଳିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଫୋନ୍ କଲ ମିଳିବା ପରେ ଯାଞ୍ଚ ଆରମ୍ଭ କରିଥିଲା ପୁଲିସ । ଏପରିକି କଲ୍ ଆସିଥିବା ଫୋନ୍ ନମ୍ବରକୁ ଟ୍ରାକ୍ କରି ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲା ପୁଲିସ । ତେବେ ଧରାପଡିବା ପରେ ଏଭଳି କୌଣସି ଫୋନ୍ କରିନଥିବା କହିଥିଲେ ଉକ୍ତ ବ୍ୟକ୍ତି । ଏଭଳି ଘଟଣା ପରେ ପୁଲିସ ଆକ୍ଟିଭ ମୋଡକୁ ଆସିଛି । ପୂରା ବିମାନବନ୍ଦରର ଯାଞ୍ଚ କରିବା ସହ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିଛି ।
#UPDATE Delhi Airport:A bomb threat call for Terminal- 2 was received by Delhi Police.Immediately,departure area was evacuated&passengers were moved to gate no4 while arriving passengers were on hold inside aircraft. It was found to be hoax.Normalcy at terminal operation restored https://t.co/93LXxw3Zvh
— ANI (@ANI) August 12, 2019
ଏହାପୂର୍ବରୁ ଗତକାଲି ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ଦିଲ୍ଲୀ ପୁଲିସକୁ ସତର୍କ କରାଯାଇଛି । ସ୍ୱାଧୀନତା ଦିବସରେ ଆତଙ୍କବାଦୀ ମାନେ ଲାଲକିଲ୍ଲା ଓ ଏହାର ପାଖଆଖ ଅଞ୍ଚଳରେ ବଡ ଧରଣର ଆକ୍ରମଣ କରିପାରନ୍ତି ବୋଲି ଦିଲ୍ଲୀ ପୁଲିସକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ । ଆତଙ୍କବାଦୀମାନେ ସରକାରୀ ଗାଡ଼ି ଓ ସରକାରୀ ପୋଷାକରେ ଏଭଳି ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ ।