ଟ୍ରେନ୍‌ରେ ଖାଲିଥିବା ମହିଳା କୋଚ୍‌ରେ ଆପତ୍ତିଜନକ କାମ କରିବା ସହ ବସିବା ସ୍ଥାନରେ ସ୍ପର୍ମ ଫିଙ୍ଗୁଥିଲା ଯୁବକ, ଗିରଫ ପରେ ମୋତେ ଏପରି କରି ଖୁସି ମିଳେ ବୋଲି କହିଲା ଅଭିଯୁକ୍ତ

ମୁମ୍ବାଇ: କିଛି ମାସ ହେବ ଖାଲି ଥିବା ମୁମ୍ବାଇର ଲୋକାଲ ଟ୍ରେନ୍‌ରେ ଆପତ୍ତିଜନକ କାମ କରିବା ସହ ସ୍ପର୍ମ ଫିଙ୍ଗୁଥିବା ଜଣେ ଯୁବକକୁ ଗିରଫ କରିଛି ରେଲ୍‌େଓ୍ଵ ପୁଲିସ ଫୋର୍ସ । ୩୦ଦିନର ସନ୍ଧାନ ପରେ ପ୍ରକୃତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ରେଲ୍‌େଓ୍ଵ ପୁଲିସ ଫୋର୍ସ । ଗିରଫ ହେବା ପରେ ନିଜ କାମ ପାଇଁ ସେ ଲଜ୍ଜିତ ହେବ ପରିବର୍ତ୍ତେ, ମୋତେ ଏହି କାମ କରି ଶାନ୍ତି ମିଳେ ବୋଲି କହିଛି ଅଭିଯୁକ୍ତ । ଅଭିଯୁକ୍ତ ଜଣଙ୍କ କର୍‌ଜାତର ୨୬ବର୍ଷିୟ ଦିନେଶ ଲକ୍ଷ୍ମଣ ଦୁବ୍‌ରେ ବୋଲି ଚିହ୍ନଟ କରାଯାଇଛି ।

indiatimes.com

ସୂଚନା ମୁତାବକ, କିଛି ମାସ ଧରି ଏପରି କାମ କରି ଆସୁଥିବା ଦିନେଶ ସେପ୍ଟେମ୍ବର ୯ରେ ବଦଲାପୁର ଯାଉଥିବା ଟ୍ରେନ୍‌ରେ ଚଢ଼ିଥିଲା । ଟ୍ରେନ୍‌ରେ ଥିବା ମହିଳା କୋଚ୍‌କୁ ଯାଇ ଦିନେଶ ଚାରିଆଡ଼େ କେହି ନଥିବା ଦେଖି ନିଜ ପ୍ୟାଣ୍ଟର ଚେନ୍‌ ଖୋଲିବା ସହ ଆପତ୍ତିଜନକ କାମ ଆରମ୍ଭ କରି ଦେଇଥିଲେ । ଏହା ପରେ ନିଜ ସ୍ପର୍ମକୁ କୋଚ୍‌ରେ ଥିବା ସମସ୍ତ ସିଟ୍‌ରେ ପକାଇଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ତାଙ୍କର ଏହି କାମ କୋଚ୍‌ରେ ଲାଗିଥିବା ସିସିଟିଭିରେ ରେକର୍ଡ଼ ହେଉଛି । ତାଙ୍କର ଏହି ଗୋଟେ ଭୁଲ ପାଇଁ ସେ ପୁଲିସ ହାତରେ ଧରା ପଡ଼ିବା ସହ ସିସିଟିଭି ଦେଖି ପୁଲିସ ଦିନେଶଙ୍କୁ ସହଜରେ ଗିରଫ କରି ପାରିଥିଲା ।

ସମ୍ବନ୍ଧିତ ଖବର