ରାସ୍ତାରେ ବୁଲୁଥିବା କୁକୁର ଛଆକୁ ନିଜ ଦୋକାନକୁ ନେଇ ଆସିଲେ ବେପାରୀ! ୪ ଦିନ ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ : ଚୀନ୍‌ର ସ୍ୟାଞ୍ଜି ରାଜ୍ୟରେ ଜଣେ କୁକୁର ବିକ୍ରି କରୁଥିବା ବେପାରୀଙ୍କ ସହ ଯାହା ଘଟିଛି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁବେଳେ ଦୋକାନକୁ ଆସିବା ବାଟରେ ବେପାରୀ ଜଣକ ଏକ ଧଳା ରଙ୍ଗର କୁକୁରଟିକୁ ବାହାରେ ବୁଲୁଥିବାର ଦେଖନ୍ତି। କିଛି ଦିନ ଏଭଳି କୁକୁରକୁ ବୁଲିଥିବାର ଦେଖି ବେପାରୀ ତାକୁ ଆଣି ନିଜ ଦୋକାନରେ ଯନ୍ତା ଭିତରେ ରଖିଥିଲେ। ସେ ଭାବିଥିଲେ କି ଯିଏ ଛାଡ଼ି ଯାଇଥିବ, ସେ ଆସିଲେ ତାକୁ ଦେଇ ଦେବେ ବୋଲି। କେହି ନ ଆସିଲେ କୁକୁରକୁ ବିକ୍ରି କରିଦେବି ବୋଲି ମଧ୍ୟ ଭାବିଥିଲେ। କିନ୍ତୁ ୪ ଦିନ ପରେ ସେ ଯାହାକୁ କୁକୁର ଭାବୁଥିଲେ, ସେ କୁକୁର ନୁହେଁ ବରଂ ଏକ ବିଲୁଆ ଛୁଆ ବୋଲି ଜଣା ପଡ଼ିଥିଲା ।

ସୂଚନା ମୁତାବକ, ପ୍ରଥମେ ବିଲୁଆ ଛୁଆକୁ କୁକୁର ବୋଲି ଭାବି ବେପାରୀ ଲିୟୁ ଆଣିବା ପାଇଁ ଯାଇଥିବା ବେଳେ ଲମ୍ବା ଲାଞ୍ଜ ଏବଂ ଲମ୍ବା ମୁହଁ ଦେଖି ମନରେ ସନ୍ଦେହ ଆସିଥିଲା । କିନ୍ତୁ ପରେ ବେଶି ଚିନ୍ତା ନକରି ବିଲୁଆ ଛୁଆଟିକୁ ନିଜ ଦୋକାନକୁ ନେଇ ଆସିଥିଲେ । ବିଲୁଆ ଛୁଆଟିକୁ କୁକୁର ଖାଉଥିବା ଖାଦ୍ୟ ଦେବାରେ ଲାଗିଲେ। ମାତ୍ର ବିଲୁଆ ଛୁଆଟି ନ ଖାଇବା ସହ ଚିତ୍କାର କରିବାକୁ ଲାଗିଲା । ଚିତ୍କାରଟି କୁକୁର ସ୍ୱର ଭଳି ନ ଶୁଭିବାରୁ ଲିୟୁ ଆଶ୍ଚର୍ଯ୍ୟ ହୋଇ ବନ ବିଭାଗକୁ ଖବର ଦେଇଥିଲେ ।

sNEWSi

ବନ ବିଭାଗର ଟିମ୍‌ ଲିୟୁଙ୍କ ଦୋକାନରେ ପହଞ୍ଚିବା ପରେ ସେମାନେ ଲିୟୁକୁ ସତ ଜଣାଇଥିଲେ। କୁକୁର ଛୁଆ ବୋଲି ଭାବି ଯାହାକୁ ଆଣି ରଖିଛ, ସେ ବିଲୁଆ ଛୁଆ ବୋଲି ବନ ବିଭାଗ କର୍ମଚାରୀଙ୍କଠାରୁ ଶୁଣି ଲିୟୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସବୁ ସତ ଜଣା ପଡ଼ିବା ପରେ ବନ ବିଭାଗ କର୍ମଚାରୀ ବିଲୁଆ ଛୁଆଟିକୁ ସାଥୀରେ ନେଇ ଯାଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର