ପୁଣି ବଢ଼ିଲା ପେଟ୍ରୋଲ ଦର : ମୁମ୍ବାଇରେ ପେଟ୍ରୋଲ ଦର ଟପିଲା ୯୦, ଦିଲ୍ଲୀ ଓ କୋଲକାତାରେ ବି ବଢିଲା ଦାମ୍‌

ମୁମ୍ବାଇ : ସାରା ଦେଶରେ ଦିନକୁ ଦିନ ବଢିଚାଲିଛି ତେଲ ଦର। ପେଟ୍ରୋଲ ଡିଜେଲ ଦର କମିବାର ନାଁ ନେଉନି। ଆଜି ପୁଣି ପେଟ୍ରୋଲ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇ ଦେଶର ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ପାର କରିଛି। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦ଟଙ୍କା ୮ପଇସା ହୋଇଛି। ସେହିପରି ଡିଜେଲ ଦର ରହିଛି ୭୮ଟଙ୍କା ୫୮ ପଇସା ହୋଇଛି।

ରାଜଧାନୀ ଦିଲ୍ଲୀରେ ମଧ୍ୟ ତେଲ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୨ଟଙ୍କା ୭୨ପଇସା ଏବଂ ଡିଜେଲ ୭୪ଟଙ୍କା ୨ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ୮୪ଟଙ୍କା ୫୪ପଇସା ରହିଥିବାବେଳେ ଚେନ୍ନାଇରେ ୮୫ଟଙ୍କା ୯୯ପଇସାରେ ପହଁଚିଛି। ଅର୍ନ୍ତରାଷ୍ଟ୍ରୀୟ ବଜାରର ତେଲ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ତେଲ ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ ଗୋଟେ ପଟେ ତେଲ ଦର କମିବାର ନାଁ ଧରୁନଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି।

ସମ୍ବନ୍ଧିତ ଖବର