ବନ୍ୟା ବିପନ୍ନଙ୍କ ପାଇଁ ମାଗଣା ପୋଷାକ ବ୍ୟବସ୍ଥା କଲେ ମା-ପୁଅ

ଶୀଭମଓଗ: କର୍ଣ୍ଣାଟକରେ ବନ୍ୟା ବିତ୍ପାତରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି | ତେବେ କିଛି ସ୍ଥାନରୁ ପାଣି ଛାଡ଼ିଯାଇଥିଲେ ବି ବନ୍ୟା ବିପନ୍ନମାନେ ଖାଦ୍ୟ ଓ ବସ୍ତ୍ର ଭଳି ମୌଳିକ ଆବଶ୍ୟକତା ମଧ୍ୟ କେତେକଙ୍କ ପାଖରେ ପହଂଚିପାରିନାହିଁ | ତେବେ ଏଭଳି ସ୍ଥିତିରେ କର୍ଣ୍ଣାଟକର ଶୀଭମଓଗରେ ମା ଓ ପୁଅ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି | ଯେଉଁଠି ବନ୍ୟା ବିପନ୍ନଙ୍କୁ ସାହାଯ୍ୟ କରାଯାଉଛି | ମିଳିଥିବା ସୂଚନା ମୁତାବକ ଶୀଭମଓଗରେ ଅଭିନାଶ ନାମକ ଯୁବକଙ୍କର ପେଟ୍ରୋଲ ପମ୍ପ ରହିଛି |

ସେ ଓ ତାଙ୍କ ମା ପମ୍ପ ନିକଟରେ ଏକ ଷ୍ଟାଣ୍ଡ ସ୍ଥାପନ କରିଛନ୍ତି ଯେଉଁଠାରେ ବନ୍ୟା ବିପନ୍ନଙ୍କ ପାଇଁ ଯେ କୌଣସି ବ୍ୟକ୍ତି ସାହାଯ୍ୟ କରିପାରିବେ ଏହି ଷ୍ଟାଣ୍ଡରେ ବସ୍ତ୍ର, ଖାଦ୍ୟ ଓ ଜୋତା ଯେ କେହି ବି ଦେଇପାରିବେ |

ଏହି ଥାକର ନାମ ପିପୁଲସ ଥାକ ରଖାଯାଇଥିବାବେଳେ ଏଠାରେ ଏବେ ସ୍ଵଛଳ ଲୋକମାନେ ଆଣି ସବୁ ପ୍ରକାର ସାମଗ୍ରୀ ଦେଉଛନ୍ତି | ଅଭିନାଶ ଓ ତାଙ୍କ ମା ଙ୍କର ଏଭଳି ପ୍ରୟାସକୁ ସମସ୍ତେ ଏବେ ପ୍ରଶଂସା କରୁଥିବାବେଳେ ବନ୍ୟା ବିପନ୍ନଙ୍କୁ ଖୁବ ଶୀଘ୍ର ଏଗୁଡିକ ବଣ୍ଟାଯିବ ବୋଲି ଅଭିନାଶ କହିଛନ୍ତି |

ସମ୍ବନ୍ଧିତ ଖବର