ଗାଈ-ମଇଁଷିଙ୍କ ପାଇଁ ହରିୟାଣା ସରକାର ଖୋଲିବେ ପିଜି ହଷ୍ଟେଲ

ଚଣ୍ଡିଗଡ଼: ଏ ପର୍ଯ୍ୟନ୍ତ ଆପଣ ଛାତ୍ର ଓ ଚାକିରିଆଙ୍କ ରହିବା ପାଇଁ ପେଇଙ୍ଗ ଗେଷ୍ଟ ହଷ୍ଟେଲ ସମ୍ପର୍କରେ ଶୁଣିଥିଲେ, ଯେଉଁଠାରେ କି ରହିବା ଓ ଖାଇବା ପାଇଁ ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଖୁବ ଶୀଘ୍ର ହରିିୟାଣାରେ ଗାଈ ଓ ମଇଁଷିଙ୍କ ପାଇଁ ପିଜି ହଷ୍ଟେଲ ନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।

ହରିୟାଣା ସରକାରଙ୍କ ନିଷ୍ପତ୍ତି ପରେ ନୂଆଁ ବିବାଦ ସୃଷ୍ଟି ହେବାର ଆଶା କରାଯାଉଛି। କାରଣ ସରକାର ପଶୁମାନଙ୍କର ରହଣୀ ପାଇଁ ପେଇଙ୍ଗ ଗେଷ୍ଟ ହଷ୍ଟେଲର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ହଷ୍ଟେଲ ଗୁଡ଼ିକରେ ଗାଈ ଓ ମଇଁଷି ରହିବେ। ରାଜ୍ୟ କୃଷି ମନ୍ତ୍ରୀ ଓମ ପ୍ରକାଶ ଓଡ଼କଣ୍ଡ ଏହା ଘୋଷଣା କରିଛନ୍ତି।

ମନୁଷ୍ୟ ରହିବା ପାଇଁ ପିଜି ହଷ୍ଟେଲରେ ରହିବା-ଖାଇବା ଓ ମନୋରଞ୍ଜନ ବ୍ୟବସ୍ଥା ରହିଥାଏ। କିନ୍ତୁ ଗାଈ-ମଇଁଷିଙ୍କ ପାଇଁ ନିର୍ମାଣ ହେବାକୁ ଥିବା ପିଜି ହଷ୍ଟେଲରେ କ’ଣ ହେବ ଯେକୌଣସି ବ୍ୟକ୍ତି ମଧ୍ୟ ଜାଣିବାକୁ ଇଚ୍ଛା ପ୍ରକାଶ କରିବ।

ହରିୟାଣା ସହର ନିକଟରେ ୫୦-୧୦୦ ଏକର ଜମି ନିଆଯିବ। ଏଥିରେ କିଛି ଜମି ଉପରେ ପାରଂପରିକ ଡାଏରୀ ନିର୍ମାଣ ହେବ। ବାକି ଜମିରେ ପିଜି ହଷ୍ଟେଲ ନିର୍ମାଣ ହେବ। ପଶୁପାଳନ କରୁଥିବା ସ୍ଥାନୀୟ ଲୋକଙ୍କ ପାଇଁ ଏହି ନିୟମ ପ୍ରସ୍ତୁତ ହେବ। ଯେଉଁ ଲୋକମାନଙ୍କର ଗାଈ କିମ୍ବା ମଇଁଷି ରଖିବାକୁ ସ୍ଥାନର ଅଭାବ ଥିବ ସେମାନେ ପିଜି ହଷ୍ଟେଲରେ ସେମାନଙ୍କର ପଶୁଗୁଡ଼ିକୁ ରଖି ପାରିବେ। ଉଦାହରଣ ସ୍ୱରୂପ ଫ୍ଲାଟରେ ରହୁଥିବା ଲୋକ ପିଜି ହଷ୍ଟେଲରେ ଗାଈ ରଖି ପାରିବେ।

ମନୁଷ୍ୟ ରହିବା ପାଇଁ ପିଜି ହଷ୍ଟେଲରେ ରହିବା-ଖାଇବା ଓ ମନୋରଞ୍ଜନ ବ୍ୟବସ୍ଥା ରହିଥାଏ। କିନ୍ତୁ ଗାଈ-ମଇଁଷିଙ୍କ ପାଇଁ ନିର୍ମାଣ ହେବାକୁ ଥିବା ପିଜି ହଷ୍ଟେଲରେ କ’ଣ ହେବ ଯେକୌଣସି ବ୍ୟକ୍ତି ମଧ୍ୟ ଜାଣିବାକୁ ଇଚ୍ଛା ପ୍ରକାଶ କରିବ। ସରକାର ଯାହା ବି ଫଇସଲା ନେଉଛନ୍ତି ସମାଜର ବିକାଶ ପାଇ ନିଅନ୍ତୁ। ଏଭଳି ନିଷ୍ପତ୍ତିରେ ସମାଜର କିମ୍ବା ପଶୁଙ୍କର ମଙ୍ଗଳ ହେବ ନାହିଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହରିୟାଣା ଗୋ-ସେବା ଆୟୋଗ ଗତ ଜୁଲାଇରେ ଖଟ୍ଟର ସରକାରଙ୍କୁ ଏହି ପ୍ରସ୍ତାବ ପଠାଇ ଥିଲା। ଗୋ-ସେବା ଆୟୋଗର ପ୍ରସ୍ତାବ ମୁତାବକ ପିଜି ହଷ୍ଟେଲରେ ଦେଶୀ ଗାଈ ଓ ମଇଁଷି ରହିବେ। କ୍ଷୀର ଦେଉଥିବା ଗାଈ କେବଳ ପିଜି ହଷ୍ଟେଲରେ ରଖାଯିବ।

ପିଜି ହଷ୍ଟେଲ ନିର୍ମାଣ ନେଇ ସରକାର କ’ଣ ନିଷ୍ପତ୍ତି ନେବାକୁ ଚାହାନ୍ତି। ସରକାର ଯାହା ବି ଫଇସଲା ନେଉଛନ୍ତି ସମାଜର ବିକାଶ ପାଇ ନିଅନ୍ତୁ। ଏଭଳି ନିଷ୍ପତ୍ତିରେ ସମାଜର କିମ୍ବା ପଶୁଙ୍କର ମଙ୍ଗଳ ହେବ ନାହିଁ।
-ଅଭୟ ଚୌଟାଲା, ବିରୋଧୀ ଦଳ ନେତା

ସମ୍ବନ୍ଧିତ ଖବର