ମହିଳାଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଫିଲିପାଇନ୍ସ ରାଷ୍ଟ୍ରପତି

ମାନିଲା : ଜଣେ ବିବାହିତା ମହିଳାଙ୍କ ଓଠରେ ଚୁମ୍ବନ ଦେଇ ଏବେ ଚର୍ଚ୍ଚାକୁ ଆସି ଯାଇଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍‌ରିଗୋ ଡୁଟର୍ଟି। ଦକ୍ଷିଣ କୋରିଆର ରାଜଧାନୀ ସିଓଲଠାରେ ଫିଲିପାଇନ୍ସର ପ୍ରବାସୀ କର୍ମଚାରୀଙ୍କ ସହିତ ଏକ ଟାଉନ୍‌ ହଲ୍‌ ମିଟିଂରେ ସର୍ବ ସମ୍ମୁଖରେ ରାଷ୍ଟ୍ରପତି ଡୁଟର୍ଟି ଏହି ଚୁମ୍ବନ ଦେଇଛନ୍ତି। ମହିଳାଙ୍କୁ ଏକ ପୁସ୍ତକ ଦେବାକୁ ସେ ତାଙ୍କୁ ମଞ୍ଚକୁ ଡ଼ାକିଥିଲେ। ଏହାପରେ ମହିଳାଙ୍କୁ ଚୁମ୍ବନ ଦେଇଥିଲେ। ତେବେ ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକୁ ଅନେକ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର