ଫିଲିପାଇନ୍‌ସରେ ଡଙ୍ଗା ଓଲଟି ୨୫୦ ନିଖୋଜ

ମାନିଲା: ଗୁରୁବାର ମଧ୍ୟାହ୍ଣରେ ଫିଲିପାଇନ୍‌ସରେ ଭୀଷଣ ଝଡ଼ ବେଳେ ସମୁଦ୍ରରେ ଏକ ଡଙ୍ଗା ଓଲଟିପଡ଼ିବାରୁ ଅତି କମ୍‌ରେ ୨୫୦ ଜଣ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରିନି। ତେବେ ଖବର ମିଳିବା ସୁଦ୍ଧା ୪ଟି ମୃତଦେହ ମିଳିଛି। ପୂର୍ବ ମାନିଲାର ୭୦ କିମି ଦୂର ଦୁର୍ଗମ ଦ୍ୱୀପ ପୋଲିଓକୁ ଯିବା ଲାଗି ପାଖାପାଖି ୨୫୦ ଜଣ ଯାତ୍ରୀ ରିଅଲ୍‌ ବନ୍ଦରରୁ ଏହି ଡଙ୍ଗାରେ ଚଢ଼ିଥିଲେ। ତେବେ ଡଙ୍ଗାଟି କୂଳ ଛାଡ଼ିବାର ପ୍ରାୟ ଘଣ୍ଟାଏ ପରେ ଭୀଷଣ ଝଡ଼ ଆସିଥିଲା। ଭୟରେ ଯାତ୍ରୀମାନେ ଡଙ୍ଗାଭିତରେ ଇତସ୍ତତଃ ହେବାକୁ ଲାଗିବାରୁ ଡଙ୍ଗାଟି ଟଳମଳ ହୋଇ ଓଲଟି ପଡ଼ିଥିଲା। ତେବେ ତଟ ସୁରକ୍ଷା ବାହିନୀ ତାହା ଜାଣିପାରି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। କିଛି ଯାତ୍ରୀ ମଧ୍ୟ ପହଁରି ପହଁରି ନିକଟ ଦ୍ୱୀପରେ ଲାଗିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର