ଯେଉଁଠାରେ ସୁନ୍ଦରୀ ମହିଳା ଥିବେ, ସେଠାରେ ଦୁଷ୍କର୍ମ ତ ହେବ ବୋଲି କହିଲେ ଫିଲିପାଇନ୍ସର ରାଷ୍ଟ୍ରପତି

ଫିଲିପାଇନ୍ସ: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ନିଜର ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ଦୁତେର୍ତେ ପୁଣିଥରେ ମହିଳାମାନଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଛନ୍ତି। ପ୍ରତ୍ୟେକ ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଦୁତେର୍ତେ ମହିଳାମାନଙ୍କ ସୁନ୍ଦରତାକୁ ଦୋଷ ଦେଇ କହିଛନ୍ତି, ଦାଭାଓ ସହରରେ ଦୁଷ୍କର୍ମ ମାମଲା ଏଥିପାଇଁ ବୃଦ୍ଧି ପାଇବାରେ ଲାଗିଛି କାରଣ ସେଠାରେ ଅଧିକ ସୁନ୍ଦର ମହିଳା ଅଛନ୍ତି। ଯେପର୍ଯ୍ୟନ୍ତ ସୁନ୍ଦରୀ ମହିଳା ଥିବେ ସେପର୍ଯ୍ୟନ୍ତ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଥିବ।

ଫିଲିପାଇନ୍ସ ମହିଳା ସଙ୍ଗଠନ ରାଷ୍ଟ୍ରପତିଙ୍କ ଏହି ବୟାନ୍‌କୁ ନେଇ ତୀବ୍ର ଆଲୋଚନା କରିଛନ୍ତି। ମହିଳା ସଙ୍ଗଠନଙ୍କ କହିବାନୁସାରେ, ସେମାନେ ଏଭଳି ଖରାପ ବୟାନ୍‌କୁ ସ୍ୱୀକାର କରିବେ ନାହିଁ। ଖାସ୍‌ କରି ରାଷ୍ଟ୍ରପତିଙ୍କ ଏଭଳି ବୟାନ୍‌ ଦେବା ଉଚିତ ନୁହେଁ। ଏଭଳି ବୟାନ୍‌ ଦ୍ୱାରା ଦୁଷ୍କର୍ମ ମାମଲା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। କେବଳ ଏତିକି ନୁହେଁ, ଜୁନ୍‌ରେ ସାଉଥ କୋରିଆରେ ଦୁତେର୍ତେ ମଞ୍ଚରେ ଫିଲିପାଇନ୍ସର ଜଣେ ମହିଳଙ୍କ ଓଠରେ ଚୁମ୍ବନ ଦେଇ ଚର୍ଚ୍ଚାର ପରିସରରେ ଥିଲେ।

ସମ୍ବନ୍ଧିତ ଖବର