ପତ୍ନୀଙ୍କୁ ପୋଷା କୁକୁର ସହ ଘରେ ଛାଡି ୧୫ ମିନିଟ୍‌ ପାଇଁ ବାହାରକୁ ଯାଇଥିଲେ ପତି, ଘରକୁ ଫେରିଲା ବେଳକୁ ତାଙ୍କର ସବୁ କିଛି ସରି ଯାଇଥିଲା 

ଓ୍ଵାସିଂଟନ:  ଆମେରିକାର ଓ୍ଵାସିଂଟନ ଡିସି ଅଞ୍ଚଳରେ ଘଟିଛି  ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ବ୍ୟକ୍ତି ତାଙ୍କର ପୋଷା କୁକୁରକୁ ଘରେ ଛାଡି ବଜାରକୁ ପରିବା ଆଣିବାକୁ ଯାଇଥିଲେ। ୧୫ ମିନିଟ ପରେ ସେ ଯେତେବେଳେ ଘରକୁ ଆସି ଦେଖିଲେ ତାଙ୍କର ଦୁନିଆ ଅନ୍ଧାର ହୋଇଯାଇଥିଲା । ସେ ଏହି ଘଟଣାକୁ ନିଜ ଆଖିରେ ଦେଖି ବିଶ୍ୱାସ କରି ପାରିଲେନି । ଏହି ବ୍ୟକ୍ତିଙ୍କର ନାମ ହେଉଛି ରୋବର୍ଟ ଫେଜର ଦୁଇ ବର୍ଷ ପୂର୍ବରୁ  ଏଞ୍ଜେଲଙ୍କ ସହ ବିବାହ କରିଥିଲେ । ପତ୍ନୀଙ୍କ ଛଡା ରୋବର୍ଟଙ୍କ ସହ ତାଙ୍କ ପୋଷା କୁକୁର ମଧ୍ୟ ତାଙ୍କ ପାଖରେ ରହୁଥିଲା ।

ରୋବର୍ଟଙ୍କ ପାଖରେ ଥିବା କୁକୁର ପେଟ ବୁଲ୍‌ ପ୍ରଜାତିର ଅଟେ, ତା’ର  ନାମ ସେ କେନ୍‌ ରଖିଥିଲେ । ଏହି କୁକୁର ତାଙ୍କ ପାଖରେ ବିଗତ ଆଠ ବର୍ଷ ହେଲା ରହି ଆସୁଥିଲା । ସେଦିନ ସନ୍ଧ୍ୟାରେ ସେ ତାଙ୍କ ପୋଷା କୁକୁରକୁ ତାଙ୍କ ପତ୍ନୀଙ୍କ ପାଖରେ ଛାଡି ମାକେର୍ଟ ଯାଇଥିଲେ। କିନ୍ତୁ ସେ ଜାଣିନଥିଲେ ଯେ ଏହା ତାଙ୍କ ଜୀବନର ସବୁଠୁ ବଡ ଭୁଲ ଥିଲା । ରୋବର୍ଟ ଯେତେବେଳେ ଘରକୁ ଫେରି ଦେଖିଲେ ତାଙ୍କ ପତ୍ନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଛନ୍ତି ଓ ତାଙ୍କ ପୋଷା କୁକୁର କେନ୍‌ ତାଙ୍କୁ ବାରମ୍ବାର କାମୁଡି ଚାଲିିଛି । ସେ ଏହା ଦେଖି କ’ଣ କରିବେ କିଛି ବୁଝି ପାରି ନ ଥିଲେ, ରୋବର୍ଟ ସାଙ୍ଗେ ସାଙ୍ଗେ ପୁଲିସ ଓ ଆମ୍ବୁଲାନ୍ସକୁ ଡାକିଥିଲେ । ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ବେଳେ କୁକୁର ମେଡିକାଲ ଟିମ୍‌ର ଜଣେ ସଦସ୍ୟଙ୍କୁ ମଧ୍ୟ କାମୁଡିଥିଲା । ଯେତେ ବେଳେ ମହିଳାଙ୍କୁ ମେଡିକାଲକୁ ନିଆଗଲା ସେତେବେଳ ସବୁ ସରି ଯାଇଥିଲା । ମେଡିକାଲରେ ପହଞ୍ଚିବାର କିଛି ସମୟ ପରେ ରୋବର୍ଟଙ୍କ ପତ୍ନୀ ଏଞ୍ଜେଲଙ୍କ ମୃତ୍ୟୁ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର