ଦୋକାନ ବାହାରେ ଲାଇନ୍‌ରେ ଠିଆ ହୋଇ ରହିଥିଲେ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ, କାରଣ ଜଣାପଡ଼ିବା ପରେ ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ବିଲ୍‌ ଗେଟ୍‌ସଙ୍କୁ ଲାଇନ୍‌ରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଏକ ବଡ଼ ଧନୀ ବ୍ୟକ୍ତି ହୋଇ ମଧ୍ୟ ସେ କ’ଣ ପାଇଁ ଲାଇନ୍‌ରେ ଠିଆ ହୋଇଛନ୍ତି, ସେ ନେଇ ଅନେକ ପ୍ରଶ୍ନ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଛି । ବିଲ୍‌ ଗେଟ୍‌ସ ବର୍ଗର କିଣିବା ପାଇଁ ଲାଇନ୍‌ରେ ଅପେକ୍ଷା କରିଥିବା ଜଣା ପଡ଼ିଛି ।

VT

ଯୁବପିଢ଼ିଙ୍କୁ ସବୁ ବେଳେ ପ୍ରେରଣା ଦେଇ ଆସୁଥିବା ବିଲ୍‌ ଗେଟ୍‌ସଙ୍କ ଭାଇରାଲ ହେଉଥିବା ଫଟୋ ଅନେକ କଥା ଶିଖାଇଛି । ଏତେ ଟଙ୍କାର ମାଲିକ ହୋଇ ମଧ୍ୟ ସେ ଯେଉଁଭଳି ଭାବରେ ସାଧାରଣ ଜୀବନ ବିତାଉଛନ୍ତି ତାହା ସମସ୍ତଙ୍କୁ ଅନୁପ୍ରାଣିତ କରିଛି । ବିଲ୍‌ ଗେଟ୍‌ସଙ୍କୁ ବର୍ଗର ପାଇଁ ଅପେକ୍ଷା କରିଥିବା ସମୟର ଫଟୋ ତାଙ୍କର ଜଣେ ପୂର୍ବ କର୍ମଚାରୀ ଫେସ୍‌ବୁକ୍‌ରେ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା । ଗେଟ୍‌ସ ମାଇକ୍ରୋସଫ୍ଟ ଭଳି କମ୍ପାନିର ପ୍ରତିଷ୍ଠା କରିବା ସହ ଲୋକମାନଙ୍କୁ ଅଯାଚିତ ଭାବେ ସାହାଯ୍ୟ କରିବାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିଜ ଆୟର ଅଧା ସେ ଦାନ କରିଥାନ୍ତି ।

ସମ୍ବନ୍ଧିତ ଖବର