ନୂଆଦିଲ୍ଲୀ : ଜେଟ୍ ଏୟାରେଓ୍ଵଜ୍ ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । କିଛି ଦିନ ତଳେ ଜେଟ୍ ଏୟାରେଓ୍ଵଜ୍ ନିଜର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦେଇଥିଲା । ଯାହାଦ୍ୱାରା ପୂର୍ବରୁ ଟିକେଟ୍ ବୁକ୍ କରିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଉଡ଼ାଣ ବନ୍ଦ ପରେ ଯାତ୍ରୀଙ୍କୁ ଟିକେଟର ଟଙ୍କା ଫେରାଇ ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିପାରି ନାହିଁ । ଯାହା ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିବା ବେଳେ ଅକ୍ଟୋବର ୨୫ରେ ଏ ନେଇ ଶୁଣାଣି ହେବ ବୋଲି ଜଣାପଡ଼ିଛି । ଜଷ୍ଟିସ ଏନ୍ ଭି ରମନାଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି କରାଯିବା ବୋଲି ସୂଚନା ରହିଛି । ବେଜୋନ କୁମାର ମିଶ୍ରାଙ୍କ ପକ୍ଷରୁ ଓକିଲ ଶଶାଙ୍କ ଦେଓ ସୁଧି ଏହି ମାମଲା ରୁଜୁ କରିଛନ୍ତି ।
/sambad/media/post_attachments/c27671ddb84bcb528b6097840c63c2d5489c6065b7ad2ce87dfc76aa7edf3b99.jpeg)
ସୂଚନା ମୁତାବକ, ଗତ ଏପ୍ରିଲରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜେଟ୍ ଏୟାରେଓ୍ଵଜ କମ୍ପାନି ଶେଷରେ ନିଜର ସମସ୍ତ ବିମାନର ଉଡ଼ାଣ ବନ୍ଦ କରି ଦେଇଥିଲା । ଏସ୍ବିଆଇ ସମେତ ଅନ୍ୟ ବ୍ୟାଙ୍କରୁ କମ୍ପାନି ୮,୦୫୨କୋଟି ଟଙ୍କା କରଜ କରିଥିଲେ ମଧ୍ୟ ଏହାକୁ ଫେରାଇବାରେ ଅସମର୍ଥ ହୋଇଥିଲା ।