ମଝି ଆକାଶକୁ ଫଟୋସୁଟ୍‌ କରିବାକୁ ଯାଇଥିଲେ, ଯାନ୍ତ୍ରିକ ତ୍ରୁଟି ପାଇଁ ପ୍ରଶାନ୍ତ ମହାସାଗରରେ କରାଇଲେ ବିମାନ ବିସ୍ଫୋରଣ, ଭିଡିଓରେ ଦେଖନ୍ତୁ ତା’ ପରର ଦୃଶ୍ୟ

ନୂଆଦିଲ୍ଲୀ : ଏକ ବିମାନ ବିସ୍ଫୋରଣ ବିଷୟରେ ଶୁଣିବା ବା ବିସ୍ଫୋରଣର ଶିକାର ହେବା ଜଣଙ୍କ ପାଇଁ ଅଶୁଭ ସ୍ୱପ୍ନ ଭଳି । ସାଧାରଣତଃ ବିସ୍ଫୋରଣର ଶିକାର ହେବା ପରେ କେହି ବି ବଞ୍ଚିବାର ଆଶଙ୍କା ମଧ୍ୟ ନ ଥାଏ । କିନ୍ତୁ ଏକ ପ୍ରେମୀଯୁଗଳଙ୍କ ବିମାନ ବିସ୍ଫୋରଣର ଶିକାର ହେବା ପରେ ସେମାନେ  ବଞ୍ଚିବା ଓ ପରେ ଭିଡିଓ ତିଆରି କରିବା ଭଳି ଅଜବ ଘଟଣା ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆର ସାପ୍‌ ଜୋଶ୍‌ ସହରରେ ।

ସୂଚନା ମୁତାବକ, ଡେଭିଡ୍‌ ଓ ତାଙ୍କ ପ୍ରେମିକା ଓବେନ ନିଜର ଛୋଟ ବିମାନ ଧରି ଉଡ଼ାଣ ଭରିଥିଲେ । ମଝି ଆକାଶରେ ଦୁହେଁ ଫଟୋସୁଟ୍‌ କରିବା ପାଇଁ ଚିନ୍ତା କରି ଉଡ଼ାଣ କରିଥିଲେ ବୋଲି ଜଣାପଡ଼ିଛି । କିନ୍ତୁ ମଝି ଆକଶରେ ପହଞ୍ଚିବା ପରେ ବିମାନଟି ନିୟନ୍ତ୍ରଣ ହରାଇଥିଲା । ଯାହା ପରେ ଦୁହେଁ ବିମାନକୁ ପ୍ରଶାନ୍ତ ମହାସାଗରରେ ବିସ୍ଫୋରଣ କରାଇବାକୁ ଚିନ୍ତା କରିଥିଲେ । ଡେଭିଡ୍‌ ଓ ଓବେନ ବିମାନ ମଧ୍ୟରୁ ବାହାରି ମଝି ସମୁଦ୍ରରେ ଭିଡିଓ ସୁଟ୍‌ କରିବା ସହ ପୂରା ଘଟଣା ଜଣାଇଥିଲେ ।

ଡେଭିଡ୍‌ଙ୍କ କହିବା ଅନୁଯାୟୀ, ଆମେ ୩,୪୦୦ଫୁଟ ଉପରେ ଥିଲୁ । ବିମାନର ମୋଟର ଚାଲୁ କରିବାରେ ବିଫଳ ହେବାରୁ ଆମେ ଏହାକୁ ପ୍ରଶାନ୍ତ ମହାସାଗରରେ ବିସ୍ଫୋରଣ କରାଇବାକୁ ଚିନ୍ତା କରିଥିଲୁ । ୩ମାସ ତଳେ ଏହାକୁ ମୁଁ ୧.୪କୋଟି ଟଙ୍କାରେ କିଣିଥିବା ବେଳେ ଅନ୍ୟ ଜିନିଷ ଲଗାଇବା ପାଇଁ ୨୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ସମ୍ବନ୍ଧିତ ଖବର