କାର୍ଯ୍ୟ ସମୟ ଶେଷ ହେବାରୁ ବିମାନ ଚଳାଇବାକୁ ମନା କଲେ ପାଇଲଟ୍‌, ଦିନକ ପରେ ଘରକୁ ଫେରିଲେ ଯାତ୍ରୀ

ଶିମଲା : ଏୟାର ଇଣ୍ଡିଆ ବିମାନର ପାଇଲଟ୍‌ ନିଜର ଡ୍ୟୁଟି ସମୟ ଶେଷ ହୋଇଯିବାରୁ ବିମାନ ଚଳାଇବାକୁ ମନା କରି ଦେଇଥିଲେ । ଏଥିପାଇଁ ଦିଲ୍ଲୀ ଆସିବାକୁ ଥିବା ଯାତ୍ରୀମାନେ ଗଗଲ ବିମାନବନ୍ଦରରେ ଫସି ରହିଥିଲେ । ଫଳରେ ଦିନକ ପରେ ମଙ୍ଗଳବାର ବିମାନଟି ଦିଲ୍ଲୀରେ ପହଞ୍ଚି ଥିଲା। ଦିଲ୍ଲୀରେ ପହଞ୍ଚି ଅସୁବିଧା ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏୟାର ଇଣ୍ଡିଆ ଏଭଳି ପରିସ୍ଥିତି ପାଇଁ ଅତିରିକ୍ତ ପାଇଲଟ୍‌ଙ୍କ ବ୍ୟବସ୍ଥା କରିବା କଥା, ମାତ୍ର ତାହା ହୋଇ ପାରିଲା ନାହିଁ । ଯାହା ପରେ ଯାତ୍ରମାନଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି ଫେରିଥିବା ଯାତ୍ରୀ ମତ ରଖିଥିଲେ ।

The Statesman

ସୂଚନା ମୁତାବକ, ସୋମବାର ଅପରାହ୍ନ ୩ଟା ସମୟରେ ଏୟାର ଇଣ୍ଡିଆ ବିମାନଟି ଗଗଲ ବିମାନ ବନ୍ଦରରେ ଅବତରଣ କରିଥିଲା । ଦିଲ୍ଲୀ ଫେରିବା ପାଇଁ ବିମାନଟି ପ୍ରସ୍ତୁତ ହେଉଥିବା ବେଳେ ପାଇଲଟଙ୍କର କାର୍ଯ୍ୟ କରିବାର ସମୟ ଶେଷ ହେବାରୁ ସେ ବିମାନ ଚଳାଇବା ପାଇଁ ମନା କରି ଦେଇଥିଲେ । କିଛି ଯାତ୍ରୀଙ୍କୁ ତୁରନ୍ତ ଦିଲ୍ଲୀ ପହଞ୍ଚିବାକୁ ଥିବା ବେଳେ ପାଇଲଟ ନ ମାନିବାରୁ ଗୋଟେ ଦିନ ଅପେକ୍ଷା କରିଥିଲେ ଯାତ୍ରୀ । ଏ ନେଇ ଯାତ୍ରୀମାନେ ଏୟାର ଇଣ୍ଡିଆର ପ୍ରବନ୍ଧନକୁ ସଂପର୍କ କରିବା ପରେ ସବୁ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛି ଲୋକଙ୍କୁ ଏଥି ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର