ନିଜର ପ୍ରିୟ ସ୍କୁଲ ଶିକ୍ଷକ ବିମାନ ମଧ୍ୟରେ ଥିବା ଜାଣି ଏଭଳି ଭାବରେ ସମ୍ମାନିତ କଲେ ପାଇଲଟ, ଭିଡିିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ନିଜ ପସନ୍ଦର ସ୍କୁଲ ଶିକ୍ଷକଙ୍କୁ ତାଙ୍କ ପାଉଣା ଦେବା ପାଇଁ ଜଣେ ପାଇଲଟ ଯାହା କରିଛନ୍ତି,ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିମାନ ଭିତରରେ ପାଇଲଟ ଜଣକ ନିଜ ଶିକ୍ଷକଙ୍କୁ ଯେଉଁଭଳି ଭାବରେ ସମ୍ମାନ ଜଣାଇଥିଲେ, ତାହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଛାତ୍ରଙ୍କ ଏଭଳି କାମ ଦେଖି ଶିକ୍ଷକଜଣକ ଭାବବିହ୍ଵଳ ହେବା ସହ କାନ୍ଦି ପକାଇଥିବା ଦେଖାଯାଇଛି ।

ସୂଚନା ମୁତାବକ, ତୁର୍କୀସ ଏୟାରଲାଇନ୍‌ରେ କାମ କରୁଥିବା ଜନୈକ ପାଇଲଟ ନିଜ ପସନ୍ଦର ସ୍କୁଲ ଶିକ୍ଷକ ସେହି ବିମାନରେ ଯାତ୍ରା କରୁଥିବା ଜାଣି ତାଙ୍କୁ ସମ୍ମାନିତ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଥିଲେ । ପ୍ରଥମେ ସେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ନିଜ ସ୍କୁଲ ଶିକ୍ଷକଙ୍କ ପରିଚୟ କରାଇବା ପରେ କ୍ୟାବିନ୍‌ କ୍ରିଉ ମେମ୍ବରମାନେ ଗୋଟିଏ ଲାଇନ୍‌ରେ ଆସି ଶିକ୍ଷକଙ୍କୁ ଫୁଲ ତୋଡ଼ା ଦେଇଥିଲେ । ଯାହା ପରେ ଶିକ୍ଷକଜଣଙ୍କ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ଏହା ପରେ ପାଇଲଟ ଆସି ନିଜ ଶିକ୍ଷକଙ୍କୁ ଆଲିଙ୍ଗନ କରିବା ସହ ତାଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ ।

ଏହି ଦୃଶ୍ୟ ଦେଖି ଯାତ୍ରା କରୁଥିବା ଯାତ୍ରୀଙ୍କ ଆଖିରେ ଲୁହ ଆସି ଯାଇଥିଲା । ଏହି ସମୟରେ ଭିଡ଼ିଓ ଏବେ ଟୁଇଟ୍‌ରରେ ଜଣେ ସାମ୍ବାଦିକ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର