ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ମଝି ଆକାଶରୁ ଖସି ପଡ଼ିଲେ ପାଇଲଟ, କାନ୍ଧରେ ଏପରି ଫୁଟିଗଲା ଗଛର ମୋଟା ଡାଳ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏମିତି ଏକ ଦୁର୍ଘଟଣାର ଘଟଣା ସାମ୍ନାକୁ ଆସିଛି ଯାହାର ଦୃଶ୍ୟକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିବ। ଏହି ବ୍ୟକ୍ତି ଜଣକ ଘରେ ଏକ ମେସିନ୍‌(ମାଇକ୍ରୋଲାଇଟ ପ୍ଲେନ୍‌) ବନାଇ ତାହାକୁ ନେଇ ଉଡି ଯାଇଥିଲେ। କିଛିସମୟ ପରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ୍‌ ଜଙ୍ଗଲ ଭିତରେ ଯାଇ ପଡ଼ିଥିଲେ। ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ ସିନା କିନ୍ତୁ ତାଙ୍କ କାନ୍ଧରେ ଗଛର ଏକ ମୋଟା ଡାଙ୍ଗ ଫଶି ଯାଇଥିଲା। ପାଇଲଟ୍‌ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି।

ଇଂରାଜୀ ଖବର କାଗଜ ମୁତାବକ, ୩୬ ବର୍ଷିଅ ଇବାନ କ୍ରାସୋସ୍କି ଦେଶର ସୀମାରେ ଏକ ମାଇକ୍ରୋଲାଇଟ ପ୍ଲେନ୍‌ ଉଡାଉ ଥଲେ। ଯାହାକୁ ପେରାଟ୍ରାଇକ୍‌ କୁହାଯାଇଥାଏ। ଯାହାର କୌଣସି ଯାନ୍ତ୍ରିକ ତ୍ରୁଟି ହେତୁ ଦୁର୍ଘଟଣାଗ୍ରସ୍ତ ହୋଇ ଜଙ୍ଗଲରେ ଯାଇ ପଡ଼ିଥିଲା। ଉପରୁ ପଡ଼ିବା ସମୟରେ ଇବାନ୍‌ ଏକ ଗଛ ସହିତ ଧକ୍କା ଖାଇଥିଲେ। ଫଳରେ ଗଛର ମୋଟା ଡାଙ୍ଗ ତାଙ୍କ କାନ୍ଧର ଏପଟୁ ଫୁଟି ସେପଟେ ବାହାରି ପଡ଼ିଥିଲା। ଦୁର୍ଘଟଣା ପରେ ତାଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଇବାନ୍‌ ଏଭଳି ଅବସ୍ଥା ଦେଖି ଡାକ୍ତରଙ୍କର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏଭଳି ଅବସ୍ଥାରେ ଇବାନ୍‌ଙ୍କ ସାହାସକୁ ବି ମାନିବାକୁ ପଡ଼ିବ। ହସ୍‌ପିଟାଲ ବେଡ୍‌ରେ ପଡ଼ି ନିଜର ଫଟୋ ଉଠାଇବା ସହିତ ଭିଡିଓ ବି ବନାଇଥିଲେ।

ସମ୍ବନ୍ଧିତ ଖବର