୩୦୦୦ଉର୍ଧ୍ୱ ବନ୍ଧୁକ ଓ ପିସ୍ତଲ ରୋଲର ଚଢ଼ାଇ ନଷ୍ଟ କରିବା ସହିତ ଲୁଣ, ସୋଡା ଓ କୋଇଲା ଦେଇ ପୋତିଲା ପୁଲିସ

ଭୋପାଳ: କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ହଜାର ହଜାର ବନ୍ଧୁକ ଓ ପିସ୍ତଲକୁ ପୁଲିସ ପକ୍ଷରୁ ନଷ୍ଟ କରାଯାଇଛି । ପୁଲିସ ହଜାର ହଜାର ମାରଣାସ୍ତ୍ରକୁ ରାସ୍ତା ଉପରେ ପକାଇ  ରୋଡ ରୋଲର୍ ସାହାଯ୍ୟରେ ନଷ୍ଟ କରି ଦେଇଛି। ଅଦାଲତଙ୍କ ମାଲଖାନାରେ ୧୯୭୫ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ହତିଆରଗୁଡିକୁ ସଂରକ୍ଷିତ କରି ରଖାଯାଇଥିଲା । ଅପରାଧିକ ମାମଲାରେ ଜବତ ହୋଇଥିବା ହତିଆରଗୁଡିକୁ ଏଠାରେ ଜମା କରାଯାଇଥାଏ । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ହତିଆରଗୁଡିକୁ ନଷ୍ଟ କରାଯାଇଥାଏ ।

ସୂଚନାଯୋଗ୍ୟ, ବିଭିନ୍ନ ମାମଲାରେ ମାଲଖାନାରେ ରଖାଯାଇଥିବା ୩ ହଜାର ବନ୍ଧୁକ, ପିସ୍ତଲକୁ ପୁଲିସ ଉପସ୍ଥିତିରେ ନଷ୍ଟ କରାଯାଇଥିଲା।  ପରେ ଜେସିବି ମେସିନ୍‌ ସାହାଯ୍ୟରେ ଏକ ଗାତ କରାଯାଇ ସେହି ବନ୍ଧୁକ ଓ ପିସ୍ତଲକୁ ସେଥିରେ ପୋତାଯିବା ସହ ଲୁଣ ,ସୋଡା, କୋଇଲା ପକାଇ ମାଟି ଘୋଡାଇ ଦିଆଯାଇଛି। ତେବେ ପାଖାପାଖି ୧୫ଦିନ ଦିନ ପର୍ଯ୍ୟନ୍ତ ଏହି ଗାତ ଉପରେ ପୁଲିସ ନଜର ରଖିବ।

ସମ୍ବନ୍ଧିତ ଖବର