ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏବଂ ବହୁ ପ୍ରଚାରିତ ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ବୋଲି ଦାବୀ କରା ଯାଉଥିବା ‘ଟ୍ରେନ୍-୧୮’ ବା ‘ବନ୍ଦେମାତରମ୍ ଏକ୍ସପ୍ରେସ୍’ର ଚଳାଚଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖ ଶୁଭାରମ୍ଭ କରିବାକୁ ଥିବା ବେଳେ ଏବେ ବିବାଦରେ ଛନ୍ଦି ହୋଇଯାଇଛି ଏହି ଟ୍ରେନ୍। କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଗତ ରବିବାର ‘ଟ୍ରେନ୍-୧୮’ ବା ‘ବନ୍ଦେମାତରମ୍ ଏକ୍ସପ୍ରେସ୍’ ଅତ୍ୟନ୍ତ ଦ୍ରୁତ ଗତିରେ ଦୌଡ଼ୁ ଥିବାର ଏକ ଭିଡିଓ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ପୋଷ୍ଟ କରିଥିଲେ। ତେବେ, ଏହି ଭିଡିଓକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ।
ଘଟଣାରୁ ପ୍ରକାଶ, ରବିବାର ଦିନ ରେଳ ମନ୍ତ୍ରୀ ଗୋଏଲ ଏହି ଭିଡିଓକୁ ତାଙ୍କ ଟୁଇଟରରେ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ, ‘ଏହା ଏକ ପକ୍ଷୀ… ଏହା ଏକ ବିମାନ… ଦେଖନ୍ତୁୁ, ଭାରତର ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସ୍, ଯାହାକି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ନିର୍ମାଣ କରାଯାଇଛି; କେମିତି ବିଜୁଳି ବେଗରେ ଯାତ୍ରା କରୁଛି’।
It’s a bird…It’s a plane…Watch India’s first semi-high speed train built under ‘Make in India’ initiative, Vande Bharat Express zooming past at lightening speed. pic.twitter.com/KbbaojAdjO
— Piyush Goyal (@PiyushGoyal) February 10, 2019
ତେବେ, ଏହି ଭିଡିଓକୁ ଦେଖିବା ପରେ ଏହାର ସମାଲୋଚନା କରିଛନ୍ତି ଟୁଇଟର ବ୍ୟବହାରକାରୀମାନେ। ସେମାନେ ଅଭିଯୋଗ କରି ଲେଖିଛନ୍ତି ଯେ ପ୍ରକୃତରେ ଟ୍ରେନ୍ଟି ବିଜୁଳି ବେଗରେ ଯାତ୍ରା କରୁନାହିଁ। ବରଂ ଟ୍ରେନ୍ଟି ବିଜୁଳି ବେଗରେ ଯାତ୍ରା କରୁଛି ବୋଲି ଦର୍ଶାଇବା ପାଇଁ ଭିଡିଓରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ହୋଇଛି ଏବଂ ‘ଫାଷ୍ଟ ଫରଓ୍ଵାର୍ଡ’ ମୋଡ୍ରେ ଏହି ଭିଡିଓର ସୁଟିଂ କରା ଯାଇଛି।
Tch tch tch..how much more the BJP will stoop..Piyush ji this is digital India, dream of #RajivGandhiji..if you increase the frame speed it will clearly give away as it does here..don’t try too hard..truth is not your cup of tea..PM ji should know better Na?? 😜😜 https://t.co/HbBTPcGUiz
— Khushbu Sundar.. (BJPwaalon ab thoda araam karlo) (@khushsundar) February 10, 2019
ଟୁଇଟର ବ୍ୟବହାରକାରୀଙ୍କ ଏପ୍ରକାର ମନ୍ତବ୍ୟରେ ବିଜେପି ଏବେ ଅଡ଼ୁଆରେ ପଡ଼ିଯାଇଛି। କିଛି, ବିଜେପି କର୍ମୀ ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଉ ଥିବା ବ୍ୟକ୍ତିମାନଙ୍କୁ କହିଛନ୍ତି, ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍ର ଶୁଭାରମ୍ଭ କରିବା ପରେ ଟିକେଟ କାଟି ଏଥିରେ ଯାତ୍ରା କରନ୍ତୁ ଓ ଭିଡିଓର ସତ୍ୟତାକୁ ପରୀକ୍ଷା କରନ୍ତୁ।